୧୦ମ ଓଡିଶା ରାଜ୍ୟ ମୁଏଥାଇ ପ୍ରତିଯୋଗିତା ୨୦୨୨ ଉଦଯାପିତ |

0

ଚାମ୍ପିୟନ ବରଗଡ଼ ଜ଼ିଲ୍ଲା, ଅନୁଗୁଳ ରନର୍ସ-ଅପ

ବରଗଡ଼ : ଓଡିଶା ଅଲମ୍ପିକ ସଂଘ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସଂସ୍ଥା “ଓଡିଶା ମୁଏଥାଇ ୟୁନିଅନ” ଏବଂ ଆର୍ଟ୍ସ ଟେମ୍ପଲ ବରଗଡ଼ ର ମିଳିତ ସହଯୋଗ ରେ ବରଗଡ଼ ସ୍ଥିତ ଲେଙ୍ଗୁ ମିଶ୍ର (ମିନି) ଷ୍ଟାଡ଼ିୟମ ଠାରେ ଦୁଇଦିନିଆ ୧୦ମ ଓଡିଶା ରାଜ୍ୟ ମୁଏଥାଇ ପ୍ରତିଯୋଗିତା ୨୦୨୨ ଉଦଯାପିତ ହୋଇଯାଇଛି |
ଏହି ଦୁଇଦିନିଆ ପ୍ରତିଯୋଗିତାରେ ରାଜ୍ୟ ର ୧୭ ଟି ଜିଲ୍ଲା ରୁ ମୋଟ ୧୬୭ ଜଣ ପ୍ରତିଯୋଗୀ, ୩୭ ଜଣ ଅଫିସିଆଲ, ଟିମ ମ୍ୟାନେଜର , କୋଚ ଅଂଶଗ୍ରହଣ କରି କାର୍ଯ୍ୟକୁ ସଫଳ କରାଇଥିଲେ | ଉକ୍ତ ପ୍ରତିଯୋଗିତାରେ ମୋଟ ପଦକ ତାଲିକାକୁ ଆଧାର କରି ବେଷ୍ଟ-ଟିମ-ଚାମ୍ପିୟନ ଭାବରେ ବରଗଡ଼ ଜ଼ିଲ୍ଲାକୁ ପୁରସ୍କାର ମିଳିଥିବା ବେଳେ ଅନୁଗୁଳ କୁ ରନର୍ସ-ଅପ ଦଳ ଘୋଷିତ କରାଯାଇଥିଲା | ଏଥିସହିତ ଅନୁଗୁଳ ଜ଼ିଲ୍ଲାରୁ ବହୁ ସଂଖ୍ୟାରେ ମହିଳା ଅଂଶ ଗ୍ରହଣକରିଥିବାରୁ ସେମାନଙ୍କୁ ସ୍ୱତନ୍ତ୍ର ପୁରସ୍କାର ମାଧ୍ୟମରେ ସମ୍ମାନିତ କରାଯାଇଥିବାବେଳେ ସୁନ୍ଦରଗଡ଼ ଜ଼ିଲ୍ଲାକୁ ଶୃଙ୍ଖଳିତ ଦଳ ଭାବେ ଏବଂ ବରଗଡ଼ ଜ଼ିଲ୍ଲାକୁ ଶୃଙ୍ଖଳିତ ଆୟୋଜକ ଭାବେ ସମ୍ମାନିତ କରାଯାଇଥିଲା
ଏହି ପ୍ରତିଯୋଗିତା ର ଉଦଯାପନୀ ଉତ୍ସଵ ରେ ବରଗଡ଼ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ, ବରିଷ୍ଠ କ୍ରୀଡା ସଙ୍ଗଠକ ଶ୍ରୀଯୁକ୍ତ ଅରୁଣ କୁମାର ମହାନ୍ତି, ଜ଼ିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଶ୍ରୀଯୁକ୍ତ କିଶୋର କୁମାର ମିଶ୍ର, ଜ଼ିଲ୍ଲା କ୍ରିକେଟ ସଂଘ ର ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ସୁବ୍ରତ ଚାଟାର୍ଜୀ, ଓଡିଶା ମୁଏଥାଇ ୟୁନିଅନ ର ରାଜ୍ୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ରବି ନାରାୟଣ ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ମହାନ୍ତି, ରାଜ୍ୟ ଯୁଗ୍ମ ସମ୍ପାଦକ ଡା. ଶୁଭ୍ରାଂଶୁ ଶେଖର ମହାପାତ୍ର, ପ୍ରତିଯୋଗିତା ଆୟୋଜକ କମିଟି ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଭୋଇ, ଟେକ୍ନିକାଲ ସେକ୍ରେଟାରୀ ଚନ୍ଦ୍ର ଶେଖର ବହୁକଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି କୃତିପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିବାସହ ପଦକ ଦେଇ ସମ୍ମାନିତ କରାଇଥିଲେ |
ଏହି ପ୍ରତିଯୋଗିତା ରେ କୃତିତ୍ୱ ଲାଭ କରିଥିବା ସମସ୍ତ ଯୋଗ୍ୟ ମୁଏଥାଇ କ୍ରୀଡ଼ାବିତ ଙ୍କୁ ଆଗାମୀ ୧୬ ରୁ ୨୨ ଜୁନ ରେ ମଧ୍ୟପ୍ରଦେଶ ଠାରେ ହେବାକୁ ଥିବା ନ୍ୟାସନାଲ ମୁଏଥାଇ ଚାମ୍ପିଅନସିପରେ ଓଡିଶା ରାଜ୍ୟ କୁ ପ୍ରତିନିଧିତ୍ବ କରିବା ସୁଯୋଗ ମଧ୍ୟ ମିଳିବ ବୋଲି ଘୋଷଣା କରାଯାଇଥିଲା |

Leave A Reply

Your email address will not be published.