ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର

0

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର ) : ଓଡ଼ଗାଁ ଶ୍ରୀ ସତ୍ୟ ସାଇ ସେବା ସଙ୍ଗଠନ ଆନୁକୁଲ୍ୟରେ ସେବାକେନ୍ଦ୍ର ପରିସରରେ ଅମୃତ ବିନ୍ଦୁ ରକ୍ତଦାନ ଶିବିର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ୪୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଶିବିରରେ ସାଇ ଭକ୍ତ ଏବଂ ଅନ୍ୟାନ୍ୟ ସ୍ବେଚ୍ଛାକୃତ ରକ୍ତଦାତା ମାନେ ରକ୍ତଦାନ କରିଥିଲେ । ପ୍ରକୃତିବନ୍ଧୁ ସୁକାନ୍ତ ଚୌଧୁରୀ ଆଜି ପ୍ରଥମେ ରକ୍ତଦାନ କରିଥିଲେ । ଶିବିରର କାର୍ଯ୍ୟ ସମାପ୍ତ ହେବାପରେ ବାବାଙ୍କୁ ଆଳତୀ କରିବା ସହ ଉପସ୍ଥିତ ସମସ୍ତ ସଦସ୍ୟ ପ୍ରସାଦ ସେବନ କରିଥିଲେ ‌। ଡାକ୍ତର ଭାଗିରଥି ପ୍ରଧାନଙ୍କ ନେତୃତ୍ୱରେ ଅଜୟ କୁମାର ପଟ୍ଟନାୟକ, ରବୀନ୍ଦ୍ର କୁମାର ସାହୁ, ସରୋଜ କୁମାର ସାହୁ, ଅଭିମନ୍ୟୁ ସାହୁ, ପଞ୍ଚୁ ଦଳେଇ ଓ ପ୍ରଫୁଲ୍ଲ ପଢ଼ିଆରୀ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ନୟାଗଡ଼ର ବରିଷ୍ଠ ସମାଜସେବୀ ଦାମୋଦର ସାହୁ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଆବାହକ ଲଳିତେନ୍ଦୁ କୁମାର ନନ୍ଦଙ୍କ ତତ୍ତ୍ୱାବଧାନରେ ଆୟୋଜିତ  କାର୍ଯ୍ୟକ୍ରମରେ ସୁରେଶ କୁମାର ବିଶୋଇ, ରବୀନ୍ଦ୍ର କୁମାର ପାଣିଗ୍ରାହୀ, ସନ୍ତୋଷ ପାତ୍ର, ରାକେଶ ନାୟକ, କିଶୋର ଚନ୍ଦ୍ର ସାହୁ, ରିଣ୍ଟୁ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.