ଭୁବନେଶ୍ୱର(ଶାସକ ପ୍ରଶାସକ):ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ନୂତନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ନେଇ ବିଭାଗୀୟ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଭାଗ ତରଫରୁ ସର୍ବପ୍ରଥମେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ନୂତନ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ଓ ବିସ୍ତୃତ ଭାବେ ବିଭାଗର କାର୍ଯ୍ୟାବଳୀ ସଂପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ବିଭାଗର ଅଧିକାରୀମାନେ ମନ୍ତ୍ରୀଙ୍କୁ ନିଜ ନିଜର ପରିଚୟ ପ୍ରଦାନପୂର୍ବକ ବିଭାଗର କେଉଁ କେଉଁ ଦାୟିତ୍ୱ ତୁଲାଉଛନ୍ତି ସେ ସଂପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ମନ୍ତ୍ରୀ ଶ୍ରୀ ଢୋଲକିଆ ରାଜ୍ୟର ସର୍ବାଙ୍ଗୀନ ବିକାଶ ନିମନ୍ତେ ଯୋଜନା ପ୍ରସ୍ତୁତି ଏକ ମୁଖ୍ୟ କାର୍ଯ୍ୟ ଏବଂ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ସହ ବିଭାଗର ସୁନାମ ବଜାୟ ରଖିବା ପାଇଁ ସମସ୍ତ ଅଧିକାରୀଙ୍କର ସହଯୋଗ କାମନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଓଏସ୍ଡ଼ି ତଥା ସ୍ୱତନ୍ତ୍ର ଶାସନ ସଚିବ ଦେବେନ୍ଦ୍ର କୁମାର ଜେନା, ଅତିରିକ୍ତ ଶାସନ ସଚିବ ଚିତ୍ରସେନ ପଶାୟତ, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ବିଜୟ କୁମାର ନନ୍ଦ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଜିତ କୁମାର ମିଶ୍ର, ଅର୍ଥ ପରାମର୍ଶଦାତା ତଥା ସ୍ୱତନ୍ତ୍ର ଶାସନ ସଚିବ କସ୍ତୁରୀ ପ୍ରଧାନ, ଅତିରିକ୍ତ ଶାସନ ସଚିବ କୃଷ୍ଣ ମୋହନ ଖଟେଇ, ଯୋଜନା ଅତିରିକ୍ତ ନିର୍ଦ୍ଦେଶକ ମାନସୀ ଶତପଥୀ ଓ ବିଜୁ କେବିକେ ଯୋଜନାର ଅତିରିକ୍ତ ଶାସନ ସଚିବ ନିୟତୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.