ଦଳମତ ନିର୍ବିଶେଷରେ ହଜାର ହଜାର କାହ୍ନୁପ୍ରେମୀ ଏକାଠି ହେଲେ।
କେନ୍ଦୁଝର,ତା୧/୧୧– ବରିଷ୍ଠ ରାଜନେତା ପୂର୍ବତନ ପାଟଣା ବିଧାୟକ କାହ୍ନୁଚରଣ ନାୟକଙ୍କ ଏକାଦଶାହ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ନିକଟସ୍ଥ ଭଗପସି ପୌତୃକ ଗ୍ରାମରେ ତାଙ୍କର ଏକାଦଶାହ ପରମ୍ପରା ଅନୁଯାୟୀ ପାଳିତ ହୋଇଥିଲା। ନିଜ ପରିବାରବର୍ଗ ସହ ଜାତି ଭାଇ ଏବଂ ହଜାର ହଜାର ଜନତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ପ୍ରିୟ ନେତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଉଲ୍ଲେଖଯୋଗ୍ୟ କି କାହ୍ନୁ ବାବୁ ନବେ ଦଶକରେ ସରକାରୀ ଚାକିରୀ ଛାଡି ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପାଟଣା ବିଧାୟକ ହୋଇଥିଲେ। ତାଙ୍କରି ଉଦ୍ୟମରେ ପାଟଣାରେ ସ୍କୁଲ, କଲେଜ, ରାସ୍ତାଘାଟ, ପୋଲ ଆଦି ଅନେକ ଉନ୍ନୟନ କାର୍ଯ୍ୟ ହୋଇଥିଲା। ବିଧାୟକ ନଥିବା ବେଳେ ସାମାଜିକ କାର୍ଯ୍ୟରେ ସାମିଲ ଥିଲେ। ତାଙ୍କର ପରିବାର ପୁଅ ମାନେ ଭାଇ ମାନଙ୍କୁ ଉଚ୍ଚଶିକ୍ଷିତ କରେଇଥିଲେ, ଏହାର ପ୍ରଭାବରେ ଭଗପସି ଗ୍ରାମରେ ଆଜି ଅନେକ ଶିକ୍ଷିତ ହୋଇପାରିଛନ୍ତି। ମୃତ୍ୟୁ ପରେ ତେଣୁ ଖବର ପାଇ ହଜାର ହଜାର ଜନତା ତାଙ୍କ ଶବ ସତ୍କାର ବେଳେ ଉପସ୍ଥିତ ଥିଲେ। ଆଜି ତାଙ୍କ ଲାଗି ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା\

ଏହାକୁ ବିଜେଡି ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ, ବରିଷ୍ଠ ସାମ୍ବାଦିକ ସତ୍ୟଜିତ ମିଶ୍ର ଓ ପାଟଣା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. କେସି ପ୍ରଧାନ ପରିଚାଳନା କରିଥିଲେ। ଏହି ସଭାରେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଏସଡିସି ଚେୟାରମ୍ୟାନ ମମିତା ନାୟକ, ନବୀନ ବାବୁଙ୍କ ସ୍ୱତନ୍ତ୍ର ପ୍ରତିନିଧି ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକ, ପ୍ରାକ୍ତନ ବିଧାୟକ ପ୍ରାଣବଲ୍ଲଭ ନାୟକ, ମୁକେଶ ପାଳ, ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟନାୟକ, ସମାଜସେବୀ ଦିଲୀପ କୁମାର ସାହୁ,କାହ୍ନୁ ପହି, ବିସିଜେଡି ଜିଲ୍ଲା ସଭାପତି ଅମରେନ୍ଦ୍ର ଧଳ,ସାମ୍ବାଦିକ ସିଦ୍ଧେଶ୍ବର ସାହୁ, ଦଶରଥ ବାରିକ, କାମିନୀକାନ୍ତ ଦ୍ବିବେଦୀ,ସନ୍ତୋଷ ପତି,ପୂର୍ବତନ ଜିଲ୍ଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତ, ଅଂଶୁମାନ ସବୁଜ ମହନ୍ତ ବର୍ମା,କିରଣବାଳା ନାୟକ, ଜନାର୍ଦ୍ଦନ ନାୟକ, ଦୀପକ ରାଜ, ହେମରଞ୍ଜନ ବାରିକ, ଟିକୁ ପ୍ରଧାନ, ବିମ୍ବାଧର କୁଅଁର, ସୋମନାଥ ଦାସ, ବାବି ଦାସ, ମିତ୍ରଭାନୁ ମହାନ୍ତ, ରକ୍ଷାକାର ସାହୁ ଆଦି ଯୋଗ ଦେଇଥିଲେ। ଭଜନ କାର୍ଯ୍ୟକ୍ରମରେ ସାଇ ତାରିଣୀ ଗ୍ରୁପର ପ୍ରଫୁଲ୍ଲ ସାରଙ୍କ ତତ୍ତ୍ଵାବଧାନରେ ପ୍ରାଚୀବାଳା, ସୀମା, ମନୀଷା, ରୁଦ୍ର, ମଳୟ, ସୁଜିତ ମିଶ୍ର ଆଦି ସଂଗୀତ ପରିବେଷଣ କରିଥିଲେ। କାହ୍ନୁ ବାବୁଙ୍କ ବଡପୁଅ ଲୋକନାଥ ନାୟକ ଘରେ ରୀତିନୀତି ପାଳନ କରିଥିବା ବେଳେ ସାନପୁଅ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ମଝିଆଁ ପୁଅ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।