ଅଗ୍ନିବିପନ୍ନ ପରିବାରକୁ ସହାୟତାର ହାତ ବଢାଇଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା

0

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ)-ସୋମବାର ଦିନ ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ଗ୍ରାମ ପଂଚାୟତ ୧ନଂ ୱାର୍ଡ଼ର ଗୋଟିଏ ପରିବାରର ୨ବଖରା ଗୃହ ସମେତ ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତି ଭସ୍ମୀଭୂତ ହୋଇଯାଇଥିଲା । ଗତ ସୋମବାର ମଧ୍ୟାହ୍ନରେ କୋଲଣପୁର ୧ନଂ ୱାର୍ଡ଼ର ବବି ସାମଲଙ୍କ ଗୃହରେ ଆକସ୍ମିକ ଭାବେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ଜଳିପୋଡ଼ି ପାଉଁଶ ହୋଇଥିଲା । ସ୍ଥାନୀୟ ଗ୍ରାମବାସୀ ଏବଂ ଦମକଳବାହିନୀ ନିଆଁକୁ ଲିଭାଇବା ନିମନ୍ତେ ଅକ୍ଲାନ୍ତ ଉଦ୍ୟମ କରିଥିଲେ ମଧ୍ୟ ଲିଭାଇ ପାରିନଥିଲେ । ଫଳରେ ବିପନ୍ନ ପରିବାର ଖୋଲା ଆକାଶ ତଳେ ପ୍ରଚଣ୍ଡ ଖରା ତାତି ସହି ପଡ଼ିରହିଥିବାର ଖବର ପ୍ରଚାର ପ୍ରସାର ହେବା ପରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଖବର ପାଇ ସଙ୍ଗେ ସଙ୍ଗେ ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା,ପୂର୍ବତନ ସରପଂଚ ପ୍ରଶାନ୍ତ ଜେନା,ମାଇନରିଟି ସେଲ ସଭାପତି ଅବଦୁଲ ମାଲିକ ଖାନ, ଯୁବନେତା ଚିତରଂଜନ ଜେନା,ମୁନାର ସିଂ, ୱାର୍ଡ଼ମେମ୍ବର କାମିନୀ ସାମଲ, ପ୍ରମୋଦ କୁମାର ସାମଲ, ଅବଦୁଲ ଖୁସିଦ୍ ପ୍ରମୁଖଙ୍କୁ ଅଗ୍ନିବିପନ୍ନ ପରିବାରଙ୍କ ନିକଟକୁ ପଠାଇ ଜରିପାଲ ,ମସାରୀ, ଶୁଖିଲା ରେସନ ସାମଗ୍ରୀ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ତେବେ ବିଧାୟକ ପ୍ରତାପ ଜେନାଙ୍କ ଏଭଳି ପଦକ୍ଷେପ ପାଇଁ ଅଗ୍ନିବିପନ୍ନ ପରିବାର ତରଫରୁ ବିଧାୟକଙ୍କୁ ସାଧୁବାଦ ଜଣାଯାଇଛି ।

Leave A Reply

Your email address will not be published.