କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପୋଡାପାଡ଼ି ଗ୍ରାମପଞ୍ଚାୟତ ର କଂସାରୀଗୁଡା ଗ୍ରାମ ଛକ ନିକଟ ଆମ୍ବ ତଟା ଠାରେ ଆଜି କଂସାରିଗୁଡ଼ା ଆଲୁମିନିୟମ ପ୍ରକଳ୍ପ ଦ୍ବାରା ବିସ୍ଥାପିତ ଓ ପ୍ରଭାବିତ ଗ୍ରାମବାସୀ ମାନଙ୍କ ଦ୍ଵାରା ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଏକ ନୂଆ କମିଟି ଗଠନ କାରହଇଛି | ଆଦିତ୍ୟ ବିର୍ଲା ଆଞ୍ଚଳିକ ବିକାଶ ପରିଷଦ କଂସାରୀଗୁଡା ନାମରେ ଗଠିତ କମିଟି ରେ ଉପଦେଷ୍ଟା ଭାବେ ରାଜେନ୍ଦ୍ର ଦୁରିଆ, କୈଳାଶ ଚନ୍ଦ୍ର କୁଲେସିକା, ସଭାପତି ଡଉଲ ରତ୍ନ ଚୌଧୁରୀ, ଉପ ସଭାପତି ଭାବେ ମହେଶ୍ୱର ଝୋଡ଼ିଆ, ବିପିନ ମାଣ୍ଡିଙ୍ଗା, ସଦନ ମାଝୀ, ସମ୍ପାଦକ ଭାବେ ନିରାକାର ବାଘ ଚୟନ ହୋଇଛନ୍ତି । ଉକ୍ତ ବୈଠକରେ ଆଦିତ୍ୟ ଆଲୁମିନିୟମ ପ୍ରକଳ୍ପ କାର୍ଯ୍ୟ ଯଥା ଶୀଘ୍ର ଆରମ୍ଭ କରିବା ନିମନ୍ତେ ସମସ୍ତେ ବୁଦ୍ଧିଜୀବୀ ମାନେ ନିଜେ ନିଜ ମତ ପ୍ରକାଶ କରିଥିଲେ। । ଆଗାମୀ 18 ତାରିଖ ରାୟଗଡା ରେ ହେବାକୁ ଥିବା RPDAC ବୈଠକରେ ନିଜ ନିଜ ଅଞ୍ଚଳର ସମସ୍ୟା ଉପରେ ସମସ୍ତେ ବୁଦ୍ଧିଜୀବୀ ସଠିକ୍ ଭାବରେ ଉପସ୍ଥାପନ କରି ବାକୁ ଅନୁରୋଧ କରିଥିଲେ।
Sign in
Sign in
Recover your password.
A password will be e-mailed to you.