୧୦ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ; ୨ ବୋମା ସହ ଖଣ୍ଡା ଓ ବାଇକ୍ ଜବତ

0

ପୁରୀ (ଅନିମେଶପଟ୍ଟନାୟକ): ପୁରୀର ବିଭିନ୍ନ ସ୍ଥାନରେ ଚଢଉ କରି ୧୦ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ  ଗିରଫ କରିଛି ପୁରୀ ପୋଲିସ । ସେମାନଙ୍କ ଠାରୁ ୨ଟି ଅଫୁଟା ବୋମା ସହ ୧ଟି ଖଣ୍ଡା, ୨ଟି ବାଇକ୍ , ଲୁହା ରଡ୍, ମୋବାଇଲ, ୫ ବିଅର ବୋତଲ ଆଦି ଜବତ କରାଯାଇଛି । ସେମାନଙ୍କ ମଧ୍ଯରୁ କିଛି ଅପରାଧୀ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଜଣାପଡିଛି ।

ଗିରଫ ଅଭିଯୁକ୍ତ ସଦର ଥାନା କଣ୍ଠପୁରର ସନାତନ ପ୍ରଧାନ, ଅଶୋକ ପ୍ରଧାନ, ରେବତୀରମଣର କାହୁଁ ଭୋଇ, ୬ଟି ମାମଲାରେ ସଂପୃକ୍ତ ଥିବା ବାସେଳୀ ସାହି ଜଗନ୍ନାଥ ବସ୍ତିର ରାଜା ସ୍ବାଇଁ, ପାର୍ବତୀପୁରର ଲକ୍ଷ୍ମୀଧର ଖଟେଇ, ୫ଟି ମାମଲାରେ ସଂପୃକ୍ତ ଥିବା ଲୋକନାଥ ରୋଡର ବୁଲା ଦାସ, ୧୧ଟି ମାମଲାରେ ସାମିଲ ଥିବା ହାତୀଶାଳର ସନ୍ତୁ ଓରଫ ସନ୍ତୋଷ ଦାସ, ଲୋକନାଥ ରୋଡର ଅବିନାଶ ନାୟକ, ନରେନ୍ଦ୍ରକୋଣ ହରିଜନ ବସ୍ତିର ରୂପକ ନାୟକ ଓ ସମୁଦ୍ରକୂଳ ସିଟି ରୋଡର ଜି.ରବି ରାଓ।

ପୁରୀ ସହରକୁ କ୍ରାଇମ୍ ଫ୍ରି ସିଟି କରିବା ପାଇ ଏସପି କେ.ବିଶାଲ ସିଂଙ୍କ ନେତୃତ୍ବରେ ଆଣ୍ଟି କ୍ରାଇମ ଡ୍ରାଇଭ ଅପରେସନ ଚାଲିଛି । ଏଥିସହ ଆଉ ୧୯ ଜଣଙ୍କୁ ସିଆରପିସିର ୧୧୦ ଧାରାରେ ନୋଟିସ ଜାରୀ କରାଯାଉଛି । ପୂର୍ବରୁ ୬୦ ଜଣଙ୍କ ବିରୁଦ୍ଧରେ ସିଆରପିସିର ୧୧୦ ଧାରାରେ ନୋଟିସ ଜାରୀ କରିବା ସହ ୨ ଜଣଙ୍କୁ  ଏନଏସଏ ରେ ବୁକ୍ କରାଯାଇଥିବା କହିଛନ୍ତି ସିଟି ଡିଏସପି ଜନାର୍ଦ୍ଦନ ପାଢୀ ।

Leave A Reply

Your email address will not be published.