ଗୋରଡ଼ ଉଚ୍ଚ ବିଦ୍ୟାଳୟ ରେ ସୁବର୍ଣ୍ଣ ଜୟନ୍ତୀ ପାଳନ

0

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ର କୁଜଙ୍ଗ ବ୍ଲକ ଗୋରଡ଼ ପଂଚାୟତ ର ସରକାରୀ ଉଚ୍ଚ ବିଦ୍ୟାଳୟ, ଗୋରଡ଼ ର ପଚାଶ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରା ଯାଇ ଅଛି, ଏହି ଉତ୍ସବ ତିନି ଦିନ ଧରି ପାଳନ କରା ଯିବ ବୋଲି ଜଣାପଡିଛି l ଆଜିର ପ୍ରଥମ ଦିନରେ ଓଡିଶା ର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବ କୁ ଉଦଘାଟନ କରିଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ସଂମାନନୀୟ ଅତିଥି ଭାବେ ଲୋକ ସଭା ସଦସ୍ୟା ଡ଼କ୍ଟର ରାଜଶ୍ରୀ ମଲ୍ଲିକ, ସ୍ଥାନୀୟ ବିଧାୟକ ସମ୍ବିତ ରାଉତ ରାୟ, ବରଣ୍ୟ ଅତିଥି ପୂର୍ବତନ ଲୋକ ସଭା ସଦସ୍ୟ ବିଭୁ ପ୍ରସାଦ ତରାଇ, ବିଶିଷ୍ଟ ଅତିଥି ଭାବେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପାଟୁଆରୀ ଯୋଗ ଦେଇଥିଲେ l ଇଂ ପ୍ରଭାକର ସ୍ବାଇଁ ଙ୍କ ସଭାପତିତ୍ୱ ରେ ରାଜ୍ୟପାଳ ଙ୍କୁ ସୁବର୍ଣ୍ଣ ଜୟନ୍ତୀ କମିଟି ର ସଭାପତି ଓ ସଂପlଦକ ପୁଷ୍ପାଗୁଚ୍ଛ ସହିତ ଉତ୍ତରୀୟ ଦେଇ ସମ୍ଭର୍ଦ୍ଧିତ କରିଥଲେ l ଏଇ ଅଂଚଳ ର ୩ ଜଣ ବରିଷ୍ଠ ଶିକ୍ଷକ ରାଜ୍ୟପାଳ ଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଥିଲେ l ରାଜ୍ୟପାଳ ତାଙ୍କ ବକ୍ତବ୍ୟ ରେ ଜଗନ୍ନାଥ ଙ୍କ ଅମୃତ କଥା କହିଥିଲେ l ଶ୍ରୀ ଜଗନ୍ନାଥ ଙ୍କ କରୁଣାରୁ ଓଡ଼ିଶାବାସୀ ସବୁବେଳେ ଭାରତ ର ଆଗଧାଡି ରେ ରହିଛନ୍ତି l ଛାତ୍ର ଛାତ୍ରୀ ମାନେ ଜଗନ୍ନାଥ ଙ୍କ ଆଶ୍ରିବାଦ ନେଇ ନିଜର ଉଜଳ ଭବିଷ୍ୟତ ଗଢିବା ଉଚିତ ବୋଲି କହିଥିଲେ l ପରିଶେଷରେ ସୁବର୍ଣ୍ଣ ଜୟନ୍ତୀ ର ସ୍ମରଣିକା ସ୍ୱର୍ଣ୍ଣିମ ସ୍ମରଣିକା ଉନ୍ମୋଚନ ରାଜ୍ୟପାଳଙ୍କ ହାତରେ କରାଯାଇଥିଲା l

Leave A Reply

Your email address will not be published.