ବିଦ୍ୟୁତ ସଂସ୍ବର୍ସରେ କଲେଜ ଛାତ୍ରର ମୃତ୍ୟୁ ।

0

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ //ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଦନୁସାହିରେ ରହୁଥିବା କଲେଜ ଛାତ୍ର ଲିଙ୍ଗରାଜ ପୁଆଲ (୨୧) ବିଦ୍ୟୁତ ସଂସ୍ବର୍ସରେ ଆସି ମୃତ୍ୟୁ ବରଣ କରିଛି ।ସୂଚନା ଅନୁଯାୟୀ ରାୟଗଡା ବ୍ଲକ ଦୁର୍ଗାପାଡୁ ଗାଁର ତିନିଜଣ ବାଳକ ଲିଙ୍ଗରାଜ ପୁଆଲ, ଭୀଷ୍ମ ପୁଆଲ ଓ ସଚିନ ପାଲକା ରହୁଥିଲେ। ଦେବଗିରି ମହାବିଦ୍ୟାଳୟ ରେ ଅଧ୍ୟୟନ କରିଆସୁଥିଲେ ।ଆଜି ସକାଳେ ମୃତ ଲିଙ୍ଗରାଜ ନିଜ ପୋଷାକ ସଫାକରି ସୁଖଇବା ପାଇଁ ଯାଇ ତାରରେ ପକେଇବା ବେଳେ ବିଦ୍ୟୁତ ସଂସ୍ବର୍ସରେ ଆସି ଫିଙ୍ଗି ହୋଇ ପଡ଼ିଯାଇଥିବା ସାଙ୍ଗମାନେ ଦେଖି ସାହି ପଡିଶା କୁ ଡାକି ଲିଙ୍ଗରାଜ କୁ ଉଦ୍ଧାର କରି ରୋଗୀ ବୁହା ଗାଡ଼ିରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ଡାକ୍ତର ସମ୍ୟରଞ୍ଜନ ଜେନା ଦେଖି ମୃତ ଘୋଷଣା କରିଥିଲେ ।ମୃତ୍ୟୁ ଲିଙ୍ଗରାଜ ଦେବଗିରି ମହାବିଦ୍ୟାଳୟର ଯୁକ୍ତ୩ ର ଦୂତୀୟ ବର୍ଷର ଛାତ୍ର ବୋଲି ସୂଚନା ମିଳିଛି ସେ ଦୁର୍ଗା ପାଡୁ ଗାଁର ସୋମନାଥ ପୁଆଲା ଙ୍କ ଜ୍ୟେଷ୍ଠ ପୁତ୍ର ବୋଲି ଜଣାପଡିଛି । ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

Leave A Reply

Your email address will not be published.