ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏରସମା ବ୍ଲକ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ଶିବିର ରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱାରୀ ଯୋଗଦେଇ ଜନ ସାଧାରଣ ଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ l ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଖିଳେଶ୍ୱର ସିଂହ ଏହି ଶିବିର ରେ ଉପସ୍ଥିତ ଥିଲେ l ଏହି ଅଭିଯୋଗ ଶିବିର ରେ ମୋଟ ୭୬ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ୫୩ ଟି ଅଭିଯୋଗ ମଧ୍ୟରୁ ଆବାସ ଯୋଜନା ୨୪ଟି, ଜମିଜମା ସମ୍ପର୍କୀୟ ୫ ଟି, ରେସନ କାର୍ଡ ନିମନ୍ତେ ୭ଟି, ଭର୍ତ୍ତା ସମ୍ପର୍କୀୟ ୩ଟି, ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୦୧ଟି, ରେସନ କାର୍ଡ ପାଣ୍ଠିରୁ ସହାୟତା ନିମନ୍ତେ ୦୧ଟି, ପାନୀୟ ଜଳ ଯୋଗାଣ ପାଇଁ ୧ଟି ଏବଂ ଅନ୍ୟାନ୍ୟ ସମସ୍ୟା ସମ୍ପର୍କୀୟ ୧୧ଟି ଅଭିଯୋଗ ଅନ୍ତର୍ଭୁକ୍ତ l ଗ୍ରାମ୍ୟ ଓ ଗୋଷ୍ଠୀ ଗତ ସମସ୍ୟା ସମ୍ପର୍କିତ ୨୩ଟି ଅଭିଯୋଗ ର ଶୁଣାଣି ହୋଇ ଥିଲା l ଏହି ଯୁଗ୍ମ ଜନ ଅଭିଯୋଗ ଶିବିରରେ ପ୍ରକଳ୍ପ ନିଁର୍ଧେଶକ ଶ୍ରୀ ରୁଦ୍ରନାରାୟଣ ଦାସ, ଏରସମା ବି. ଡି. ଓ ଶ୍ରୀ କୈଳାସ ଚନ୍ଦ୍ର ବେହେରା, ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post