ତିର୍ତ୍ତୋଲ ବିଜୁ ଛାତ୍ର ଜନତା ଦଳ ତରଫରୁ ଜଳସେବା ଉଦଘାଟିତ

0

ଜଗତସିଂହପୁର//ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଆଦିକବି ସାରଳାଦାସ ମହାବିଦ୍ୟାଳୟ ନିକଟରେ ଏକ ଜଳସେବା ଉଦଘାଟିତ ହୋଇଯାଇଛି । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନିର୍ଦ୍ଦେଶରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ରବିନାରାୟଣ କର, ବ୍ଲକ ଛାତ୍ର ବିଜେଡ଼ି ସଭାପତି ଦେବଦତ୍ତ ଦାଶ ଓ କାର୍ଯ୍ୟକାରୀ ସଭାପତି ଦିନେଶ ବେହେରାଙ୍କ ତତ୍ତ୍ଵାବଧାନରେ ବ୍ଲକ ଆତ୍ମା ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ବସନ୍ତ କୁମାର ମହାପାତ୍ର ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଇ° ସମିତ କୁମାର ଲେଙ୍କା, ବରିଷ୍ଠ ବିଜେଡି ନେତା ବଟକୃଷ୍ଣ ଦାଶ, ଯୁବ ନେତା ସୁମିତ ଦାସ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଛାତ୍ର ବିଜେଡ଼ି ଉପସଭାପତି କାଳନ୍ଦି ଦାଶ, ଅବନୀକାନ୍ତ ଦାଶ, ସାଧାରଣ ସମ୍ପାଦକ ଦେବୀପ୍ରସାଦ ମହାପାତ୍ର, ସମ୍ପାଦକ ଜୀବନ ଆଶ୍ରିତ ଦାସ, ସୌଭାଗ୍ୟ ଦାଶ, ଶୁଭାଶିଷ ମହାପାତ୍ର, ତିର୍ତ୍ତୋଲ ବ୍ଲକ ପର୍ଯ୍ୟବେକ୍ଷକ ରଞ୍ଜିତ ନାଥ, ବ୍ଲକ ଛାତ୍ର ବିଜେଡି ଉପସଭାପତି ସେଲିନ୍ ବରାଳ, ସାଧାରଣ ସମ୍ପାଦକ ମନୋରଞ୍ଜନ ସାହୁ, ପ୍ରୀତିଲତା ମଲ୍ଲ, ସମ୍ପାଦକ ସୁରତ ପଲାଇ, ଛାତ୍ର ନେତା ସୋମେନ ବରାଳ, ଶୁଭ୍ରାଂଶୁ ରାଉତ, ରୁଦ୍ରନାରାୟଣ ପତି, ମହେଶ୍ୱର ବେହେରା, ଶ୍ରୀନିବାସ ଦାଶ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

Leave A Reply

Your email address will not be published.