ଆବୁ ଧାବିରୁ ଓଡିଆ ଯୁବକଙ୍କ ମରଶରୀର ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ

0

ଭୁବନେଶ୍ବର,- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆବୁ ଧାବିରୁ ଓଡିଆ ଯୁବକ ବିଭୁତି ଭୁଷଣ ଜେନାଙ୍କ ମରଶରୀର ସ୍ବଦେଶ ଫେରାଇ ଆଣିବାପାଇଁ ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ଅନ୍ତର୍ଗତ ବରି ବ୍ଲକର ନାଥପୁର ଗ୍ରାମର ସୁରେନ୍ଦ୍ର ଜେନାଙ୍କ ବଡପୁଅ ବିଭୁତି ଆବୁ ଧାବିର ଏକ ଘରୋଇ କମ୍ପାନୀରେ ଇଲେକ୍ଟ୍ରିସିଆନ ଭାବେ ୮ ବର୍ଷ ହେବ କାର୍ଯ୍ୟରତ ଥିଲେ । ଗତ ୨୮ ଅପ୍ରେଲରେ କମ୍ପାନୀରେ କାମ କରୁଥିବା ସମୟରେ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସେଠାରେ ରୁହୁଥିବା ଜଣେ ସହକର୍ମୀ ପରିବାର ଲୋକଙ୍କୁ ଜଣାଇଥିଲେ। ଦୁଃଖରେ ଭାଙ୍ଗି ପଡିଥିବା ପରିବାର ଲୋକ ମରଶରୀର ଫେରାଇ ଆଣିବା ପାଇଁ ଚାରିଆଡୁ ଚେଷ୍ଟା କରି ବିଫଳ ହେବାପରେ ଉପାୟଶୂନ୍ୟ ପରିବାର ଲୋକ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଅବଗତ କରାଇବା ସହ ଏକ ପତ୍ର ଲେଖି ବିଭୁତିଙ୍କ ମରଶରୀର ଯଥାଶୀଘ୍ର ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.