ବରଗଡ :- ଆଜି ପାଇକମାଳ ବ୍ଳକ ଠାରେ ପାଇକମାଳ ପଂଚାୟତ ସମିତି ଅଧ୍ୟକ୍ଷ୍ୟା ଭାବନା ସିଂ ଙ୍କ ନେତୃତ୍ୱ ରେ ପାଇକମାଳ ବ୍ଳକ ର ସମସ୍ତ ସମିତି ସଭ୍ୟ / ସଭ୍ୟା ଓ ସରପଞ୍ଚ ଙ୍କ ଉପସ୍ଥିତିରେ ପାଇକମାଳ ଅରବିନ୍ଦ ସ୍କୁଲ ଯୋଉଟା କି ପାଇକମାଳ ବ୍ଳକ ଜଗାରେ ଅସ୍ଥାୟୀ ଭାବରେ ଅଛି ତାକୁ ଖାଲି କରିବା ପାଇଁ ଏକ ଦାବି ପତ୍ର ମାଧ୍ୟମରେ ପାଇକମାଳ ବିଡ଼ିଓ ଦାୟିତ୍ୱରେ ଥିବା ଅତିରିକ୍ତ ବିଡ଼ିଓ ଦେବାଶିଷ ସିନ୍ହା ଙ୍କୁ ଏକ ଦାବିପତ୍ର ଦିଆଗଲା ଏବଂ ଦାବିପତ୍ର ର ଅବିକଳ ଏକକିତା ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀ , ବରଗଡ଼ ଜିଲ୍ଲାପାଳ , ଉପଜିଲ୍ଲାପାଳ , ମାନ୍ୟବର ବିଧାୟକ , ଓ ପୋଲିସ ପ୍ରଶାସନ ପାଖକୁ ମଧ୍ୟ ଦିଆଗଲା | ଦାବିପତ୍ର ପ୍ରଦାନ ବେଳେ ବିଜୁ ଜନତା ଦଳ ପାଇକମାଳ ବ୍ଳକ ସଭାପତି ରାଜେନ୍ଦ୍ର ରାଉତ , ବିଜୁ ଯୁବ ଜନତାଦଳ ପାଇକମାଲ ବ୍ଳକ ସଭାପତି ଗୌତମ ସିଂ , ବିଜୁ ଛାତ୍ର ଜନତାଦଳ ପାଇକମାଲ ବ୍ଳକ ସଭାପତି ରବିନାରାୟଣ ସାହୁ , ବରିଷ୍ଠ କର୍ମୀ ଧବଳେଶ୍ୱର ସାହୁ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.