ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ଠାରେ ଜିଲ୍ଲା ସଡକ ସୁରକ୍ଷା କମିଟିର ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ଅଧ୍ୟକ୍ଷତା କରି କିପରି ଦୁର୍ଘଟଣା ସଂଖ୍ୟା କମିବ ଏବଂ ସେଥିପାଇଁ କେଉଁ ସବୁ ଦିଗ ଉପରେ ଧ୍ୟାନଦେବା ଆବଶ୍ୟକ ସେ ବିଷୟରେ କହିଥିଲେ। ମୁଖ୍ୟତଃ ଦୁର୍ଘଟଣା ବିଭିନ୍ନ କାରଣକୁ ନେଇ ଘଟିଥାଏ ଏବଂ ଏଥିପାଇଁ ଜନ ସାଧାରଣଙ୍କୁ ବହୁ ମାତ୍ରାରେ ସଚେତନ ମଧ୍ୟ କରାଯିବା ଆବଶ୍ୟକ ବୋଲି ସେ କହିଥିଲେ। ଚଳିତ ମାସରେ ବିଭିନ୍ନ ସ୍ଥାନରେ ପୋଲିସ ଏବଂ ପରିବହନ ବିଭାଗ ପକ୍ଷରୁ ଯାନବାହାନ ଧରପଗଡ କରାଯାଇଥିବାର ସଭାରେ କୁହାଯାଇଥିଲା।
ମୁଖ୍ୟତଃ ହେଲମେଟ, ଦ୍ରୁତଗାଡି ଚାଳନା , ମଦ ପିଇ ଗାଡି ଚଲାଇବା , ସିଟବେଲ୍ଟ ଇତ୍ୟାଦି ଉପରେ ପୋଲିସ ପକ୍ଷରୁ କଡାକଡି ଯାଞ୍ଚ କାର୍ଯ୍ୟ କରିବାପାଇଁ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ଏହା ବ୍ୟତୀତ ବିଭିନ୍ନ ସମୟରେ ଅନ୍ୟାନ୍ୟ ବହୁ କାରଣ ପାଇଁ ମଧ୍ୟ ଦୁର୍ଘଟଣା ଘଟିଥାଏ ତେଣୁ ସେଗୁଡିକୁ କିପିରି କମ କରାଯିବ ସେ ବିଷୟରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା। ଲୋକମାନଙ୍କୁ ସଚେତନ କରିବାପାଇଁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ସେହି ଭଳି ସ୍କୁଲ ବସ୍ ଏବଂ ଅଟୋ ଭଳି ବିଭିନ୍ନ ଯାନବାହାନ ଗୁଡିକ ଯେପରି ଭାବେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀଙ୍କୁ ନେବା ଆଣିବା କରୁଛନ୍ତି। ସେଥିପ୍ରତି ମଧ୍ୟ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯିବ ବୋଲି କୁହାଯାଇଥିଲା। ସେହିପରି ଦୁର୍ଘଟଣା ପ୍ରବଣ ଅଞ୍ଚଳ ଚିହ୍ନଟ କରିବା , ବିପଦପୂର୍ଣ୍ଣ ରାସ୍ତାଘାଟରେ ସୂଚକ ଫଳ ବ୍ୟବସ୍ଥା ଆଦିକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା।
ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମଦେବ ସିଂ, ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ ତଥା ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ପ୍ରମୁଖଙ୍କ ସହ ପାରଳା ପୌରପରିଷଦର ସହକାରୀ ଯନ୍ତ୍ରୀ ଓ କାଶୀନଗର ଏନ୍‌ଏସିର ସହକାରୀ ଯନ୍ତ୍ରୀମାନଙ୍କ ସହ ବିଭିନ୍ନ ଥାନାର ଥାନା ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.