କଲ୍ୟାଣସିଂହପୁର- ପ୍ରଦୀପ ଦଲାଇ : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ (ଡ୍ରାଇଭର ) ଚାଳକ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଇଛି । ମେ ମାସ ପହିଲା ରେ ଡ୍ରାଇଭର ସଂଘର ସଭାପତି ଗଜେନ୍ଦ୍ର ଗରଡ଼ିଆ ଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ କାଳୀସୁନ୍ଦରୀ ମନ୍ଦିର ନିକଟରେ ବ୍ଲକ ସମସ୍ତ ଡ୍ରାଇଭର ମାନେ ଏକତ୍ରିତ ହୋଇ ଥିଲେ ।ଉକ୍ତ ସ୍ଥାନରୁ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମପରିକ୍ରମା କରି ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଥିଲେ ।ସେହିଠାରେ ଏକ ବୈଠକ କରି ସଙ୍ଘର ଉନ୍ନତି ପାଇଁ ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ଏଥିରେ ବ୍ଲକର ସମସ୍ତ ଗାଁରେ ଥିବା ପ୍ରାୟ ୫ ଶହ \ ଡ୍ରାଇଭର ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post