ଭୁବନେଶ୍ୱର : ରାଜ୍ୟରେ ଦିନମଜୁରିଆଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଶ୍ରମିକଙ୍କ ମହଙ୍ଗା ଭତ୍ତା ୧୧ ଟଙ୍କା ବୃଦ୍ଧି କରିବାକୁ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି । ଶ୍ରମିକ ଦିବସ ଅର୍ଥାତ ଆଜିଠାରୁ ଲାଗୁ ହେବ ନୂଆ ମଜୁରୀ ତଥା ମହଙ୍ଗା ଭତ୍ତା । ଅଣକୁଶଳୀ ଶ୍ରମିକଙ୍କ କ୍ଷେତ୍ରରେ ମଜୁରୀ ୩୧୫ରୁ ୩୨୬କୁ ବୃଦ୍ଧି କରାଯାଇରହିବା ବେଳେ କୁଶଳୀ ଶ୍ରମିକଙ୍କ ମଜୁରୀ ୪୦୫ରୁ ୪୧୬କୁ ବୃଦ୍ଧି କରାଯାଇଛି । ସେହିପରି ଅର୍ଦ୍ଧ କୁଶଳୀଙ୍କ ପାଉଣା ୩୫୫ ରୁ ୩୬୬ ଟଙ୍କାକୁ ବୁଦ୍ଧି କରାଯାଇଥିବା ବେଳେ ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ୪୬୫ରୁ ୪୭୬କୁ ବୃଦ୍ଧି ହୋଇଥିବା ରାଜ୍ୟ ଶ୍ରମ ଆୟୁକ୍ତଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ରେ କୁହାଯାଇଛି