ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୦ ଜୟନ୍ତୀ ପାଳିତ

0


ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଧୁନିକ ଓଡିଶାର ନିର୍ମାତା ଥିଲେ ମହାରାଜା କୃଷ୍ଣଚନ୍ଦ୍ର ,ଯୋଗଜନ୍ମା ମହାରାଜା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୦ତମ ଜୟନ୍ତୀ ଆଜି ଜଗତସିଂହପୁର ସାରସ୍ଵତ ପରିଷଦ ପକ୍ଷରୁ ୧୦ ନମ୍ବର ସ୍ଥିତ ଗାୟତ୍ରୀ ଏଜୁକେଶନ ପଏ ପରିସରରେ ପାଳିତ ହୋଇଯାଇଛି । ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଶ୍ଚର୍ଯ୍ୟ ଏଥିରେ ସଭାପତିତ୍ଵକରି କୃଷ୍ଣଚନ୍ଦ୍ର ଗଜପତିଙ୍କ ପରି ବରପୁତ୍ରଙ୍କୁ ଜନ୍ମ ଦେଇ ଉତ୍କଳ ଜନନୀ ଧନ୍ୟ ହେଇଛି ବୋଲି କହିଥିଲେ । ମୁଖ୍ୟ ଅତିଥ ଭାବେ ଅଳକା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ବନମାଳୀ ମହାରଣା ଯୋଗଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ସ୍ଵର୍ଗତ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଉମାକାନ୍ତ ଦାଶ କହିଥିଲେ ଯେ, ଆଧୁନିକ ଓଡ଼ିଶାର ନିର୍ମାତା ଥିଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି । ତାଙ୍କ ଶାସନକାଳ ସବୁଦିଗରୁ ଗୁରୁତ୍ବପୂର୍ଣ୍ଣ ଥିଲା । ଅନ୍ୟମାନଙ୍କ ମଧ୍ୟରେ ସଂଯୋଜକ ସମ୍ବିତ ଦାସ,ଅଭିଷେକ ବେହେରା, ଅସିତ ରଞ୍ଜନ ସ୍ୱାଇଁ, ସଂଯୋଜିକା ଏସ୍ ଅନମୋଲ ପ୍ରଧାନ, ବର୍ଷାରାଣୀ ମହାରଣାଙ୍କ ସମେତ ବିଦ୍ୟାର୍ଥୀ ଚିନ୍ମୟ ବିଶ୍ଵାଳ, ସୂର୍ଯ୍ୟକାନ୍ତ ପାଳ, ନିଲୋଫର ଦୂରଦାନା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଓ ସଙ୍ଗୀତକାର ପ୍ରଫୁଲ୍ଲକର ଓ ସୁହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇ ଦିବଂଗତ ଦୁଇ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

Leave A Reply

Your email address will not be published.