:ମାହାଙ୍ଗା (ଦେବେନ୍ଦ୍ର ଷଡ଼ଙ୍ଗୀ) ଡବଲ ମର୍ଡରକୁ ନେଇ ଚର୍ଚାରେ ଥିବା ମାହାଙ୍ଗା ପୁଣି ଏବେ ଚର୍ଚାକୁ ଆସିଛି ୫ ଜଣଙ୍କ ମର୍ଡର କୁ ନେଇ | ଅଭାବନୀୟ ଘଟଣା ଘଟିଛି ମାହାଙ୍ଗା ବ୍ଲକ କୁସୁପୁର ଗ୍ରାମ ପଞ୍ଚାୟତରେ । ପାରିବାରିକ କଳହକୁ ନେଇ ସାନ ଭାଇର ମରଣାନ୍ତକ ଆକ୍ରମଣରେ ବଡ଼ ଭାଇର ସଂସାର ଛାରଖାର ହୋଇଯାଇଛି । ଫଳରେ ଏହି ଘଟଣାରୁ ସ୍ପଷ୍ଟ ଭାବେ ବାରି ହେଉଛି କି ମଣିଷ ଆଜି ନିଜର ହିତାହିତ ଜ୍ଞାନ ହରାଇ ବସିଛି । ସୂଚନାଯୋଗ୍ୟ ଯେ କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ପଞ୍ଚାୟତ ୨ ନମ୍ବର ୱାର୍ଡ ରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ | ପାରିବାରିକ କଳହ କୁ କେନ୍ଦ୍ର କରି ୫ ଜଣକୁ ହାଣିଲା ସାନ ଭାଇ । ଘଟଣା ସ୍ଥଳରେ ମାହାଙ୍ଗା ପୋଲିସର ତଦନ୍ତ ଆରମ୍ଭ କରିଛି । ତେବେ ମଣିଷ ମନରେ ଆଜି ସତେ ଯେପରି ପୋଲିସ ପ୍ରତି ଭୟ ନଥିବା ଜଣାପଡୁଛି । କଟକ ଜିଲା ମାହାଙ୍ଗା ଥାନା କୁସୁପୁରରେ ଗଣ ହତ୍ୟା ହୋଇଛି। ଜମିବାଡି ବିବାଦକୁ କେନ୍ଦ୍ର କରି ବଡ ଭାଇର ପରିବାରକୁ ହତ୍ୟା କରିଛି ସାନ ଭାଇ। ବଡ ଭାଇର ସଂସାର କୁ ସାନ ଭାଇ ଛାରଖାର କରିଦେଇଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି। କୁସୁପୁର ଗ୍ରାମର ଶିବ ପ୍ରସାଦ ସାହୁ ନାମକ ବ୍ୟକ୍ତି ନିଜ ବଡ ଭାଇ, ଭାଉଜ, ଦୁଇ ପୁତୁରା ଓ ଝିଆରୀକୁ ହତ୍ୟା କରିଛି। ମୃତକ ହେଲେ ବଡଭାଇ ଅଲେଖ ପୃଷ୍ଟି, ପୁଅ ସ୍ମୃତି ସାଇ, ସ୍ମୃତି ସୌରଭ,ପତ୍ନୀ ରଶ୍ମିରେଖା ପୃଷ୍ଟି,ସୃତି ସନ୍ଧ୍ୟା ସାହୁ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସାନ ଭାଇ ଘରେ ତାଲା ପକାଇ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ଓ ମାଜିଷ୍ଟ୍ରେଟ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ପରିପାର୍ଶ୍ଵିକ ଅବସ୍ଥାରୁ ରାତିରେ ଶୋଇଥିବା ବେଳେ ସମସ୍ତଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି ବୋଲି ଜଣାପଡିଛି।
ଥାନାରେ ଆତ୍ମସମର୍ପଣ କରିବା ସହ ହତ୍ୟା କରିଥିବା ନେଇ ଶିବ ପ୍ରସାଦ ସାହୁ ସ୍ୱୀକାର କରିଛି। ବନ୍ଦ ଘରର କୋଠରୀ ଖୋଲି ପୁଲିସ ମୃତଦେହ ଜବତ କରିବା ସହ ପୁଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଏହି ଘଟଣାଟି ପରେ ସ୍ଥାନୀୟ ସମଗ୍ର ମାହାଙ୍ଗା ଅଞ୍ଚଳରେ ଆତଙ୍କ ଖେଳିଯାଇଥିବାର ଜଣାଯାଇଛି ।
Sign in
Sign in
Recover your password.
A password will be e-mailed to you.