ଭୁବନେଶ୍ୱର : ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ କୋଭିଡି କଟକଣା ପାଇଁ ସର୍ବସାଧାରଣ ଓ ସାମ୍ବାଦିକଙ୍କ ପ୍ରବେଶ ବାରଣ ଥିବା ଲୋକସେବା ଭବନ (ସଚିବାଳୟ), ଖାରବେଳ ଭବନ ଓ ରାଜୀବ ଭବନ ର ଅଭ୍ୟର୍ଥନା କାଉଣ୍ଟର | ଏପ୍ରିଲ ୧୮ ତାରିଖରୁ ପୂର୍ବଭଳି ଲୋକମାନେ ଏହି ଅଭ୍ୟର୍ଥନା କାଉଂଟରରୁ ଅନୁମତିପତ୍ର ହାସଲ କରି ତିନି ଭବନ (ଲୋକସେବା ଭବନ , ଖାରବେଳ ଭବନ ଓ ରାଜୀବ ଭବନ)ରେ ପ୍ରବେଶ କରିପାରିବେ | କେବଳ ଆକ୍ରେଡିଟେଡ଼ ସାମ୍ବାଦିକ ମାନେ ଏହି ତିନି ଭବନରେ ପ୍ରବେଶ କରିପାରିବେ | ସର୍ବସାଧାରଣ ଓ ଅନ୍ୟମାନେ ତିନି ଭବନରେ ପ୍ରବେଶ ପତ୍ର ପାଇଁ ଇ-ପ୍ରବେଶ ପୋର୍ଟାଲ ବା ଇ-ପ୍ରବେଶ ମୋବାଇଲ ଆପ ମାଧ୍ୟମରେ ଆବେଦନ କରିବେ ବୋଲି ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି |
