ଜଗତସିଂହପୁର,/ସୁମନ୍ତ କୁମାର ଦାସ : ପାରାଦ୍ୱୀପ ଟାଟା ପାୱାର ମଣ୍ଡଳ ଅଧିକାରୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୂର ମହାସଂଘ ସହ ଅନୁବନ୍ଧିତ ଓଇସିଇବି ଶ୍ରମିକ କର୍ମଚାରୀ ସଂଘ ପକ୍ଷରୁ ଗଣଧାରଣା ଦିଆଯାଇଥିଲା l ଗତ ମାର୍ଚ୍ଚ ମାସ ଚାରି ତାରିଖରେ ଏରସମା ବିଦ୍ୟୁତ ସେକ୍ସନ ର ରାଜକିଶୋର ପାତ୍ର ଲାଇନମ୍ୟାନ ସି ଲାଇନମ୍ୟାନ ଦିବସ ପାଳନ ଅବସରରେ ସମସ୍ତ ଉଚ୍ଚ ପଦସ୍ତ ଅଧିକାରୀଙ୍କ ଉପସ୍ଥିତିରେ ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀ ଗଗନ ବିହାରୀ ଲେଙ୍କା ଙ୍କୁ ଅସଦାଚରଣ କରିବା ସହ ହାତ ମଧ୍ୟ ଉଠାଇଥିଲେ, ଏହାର ପ୍ରତିବାଦରେ ନିଖିଳ ଓଡିଶା ବିଦ୍ୟୁତ୍ ମଜଦୁର ମହାସଂଘ ପକ୍ଷରୁ ମାର୍ଚ୍ଚ ମାସରେ ଧାରଣା ନୋଟିସ୍ ଦିଆଯାଇଥିଲା ମାତ୍ର ମାର୍ଚ୍ଚ ମାସ ବିଦ୍ୟୁତ୍ ବିଲ୍ ଆଦାୟରେ ଅସୁବିଧା ହୋଇଥିବାରୁ ଟାଟା ପାୱାର କତୃପକ୍ଷ ମହାସଂଘକୁ ଧାରଣା ରୁ ନିବୃତ ରହିବା ପାଇଁ ଅନୁରୋଧ ତଥା ଦୋଷୀ କର୍ମଚାରୀ ଉପରେ କାର୍ଯ୍ୟାନୁଷ୍ଠାନ ନେବା କୁ ଲିଖିତ ଜଣାଇଥିଲେ । ମାତ୍ର ମାର୍ଚ୍ଚ ମାସ ପରେ ମଧ୍ୟ ଟାଟା ପାୱାର କତୃପକ୍ଷ ବିଶୃଙ୍ଖଳିତ ଆଚରଣ ପାଇଁ ଉକ୍ତ କର୍ମଚାରୀ ଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ଘଣ୍ଟ ଘୋଡାଇବା ପ୍ରତିବାଦରେ ଆଜି ସଙ୍ଘ ପକ୍ଷରୁ ଗଣଧାରଣା ଦିଆଯାଇଥିଲା l ମାତ୍ର ଦୁର୍ଭାଗ୍ୟର ବିଷୟ କର୍ମଚାରୀ ମାନେ ଧାରଣାରେ ବସିଥିବା ସମୟରେ ଟାଟା ପାୱାର ର କୌଣସି ଅଧିକାରୀ ଧାରଣ ରେ ବସିଥିବା କର୍ମଚାରୀ ମାନଙ୍କ ସହ ଆଲୋଚନା କରିବା କୁ ଆସିନଥିଲେ । ଏହା ଟାଟା ପାୱାର କତୃପକ୍ଷଙ୍କ ଦୋଷୀ ଙ୍କୁ ଘଣ୍ଟ ଘୋଡାଇବା ତଥା କର୍ମଚାରୀଙ୍କ ପ୍ରତି ପାତର ଅନ୍ତର ନୀତିକୁ ଦର୍ଶାଉଛି ବୋଲି ମହାସଂଘର ସାଧାରଣ ସମ୍ପାଦକ ସତ୍ୟବ୍ରତ ପରିଡା କହିବା ସହ ଯେ ପର୍ଯ୍ୟନ୍ତ ଦୋଷୀ କର୍ମଚାରୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଇଛି ସେ ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ । ଆବଶ୍ୟକ ପଡ଼ିଲେ ଆଗାମୀ ଦିନରେ ସଂଘ ଅନଶନକୁ ଓହ୍ଲାଇବ ବୋଲି ମଧ୍ୟ ସଂଘର କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ସାମନ୍ତରାୟ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.