ମାଛମରା ଗ୍ରାମରେ ରାଜପରିବାର ମାଁ ମାଣିକେଶ୍ଵରୀ ଯାତ୍ରା

8

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାଛମରା ଗ୍ରାମରେ ବାହୁବଳେଦ୍ର ରାଜପରିବାର ଇଷ୍ଟଦେବୀ ମାଁ ମାଣିକେଶ୍ଵରୀଙ୍କ ଯାତ୍ରା , ରାଜା ବିରଞ୍ଚି ନାରାୟଣ ଦେଓଙ୍କ ତତ୍ତ୍ବାବଧାନରେ ପ୍ରତି ପାଞ୍ଚବର୍ଷକୁ ଥରେ ଅନୁଷ୍ଠିତ ଯାତ୍ରା ଦୀର୍ଘ ସାତଦିନ ଧରି ଚାଲିଥିବା ଏହି ଯାତ୍ରା ଆଜି ସମାପନ ହୋଇଛି।
ଉକ୍ତ ଯାତ୍ରାରେ ମାଁ ଙ୍କ ଦର୍ଶନ ପାଇଁ ଓ ଯାତ୍ରାରେ ଭକ୍ତିଭାବ ଜାଗ୍ରତ କରିବାପାଇଁ ଆଖପାଖ ଗାଁ ର ବହୁ ଲୋକଙ୍କର ସମାଗମ ହୋଇଥିଲା। ଯାତ୍ରାର ଶେଷ ଦିନରେ ପୂଜକ ଜାନୀ ଙ୍କ ଦ୍ଵାରା ନିଆଁକୁଦା ଓ କଣ୍ଟାଦୋଳିରେ ବସିଥାନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମାନସିକ ଧାରୀ ମାନେ ମଧ୍ୟ ଜାନୀଙ୍କ ସହ ନିଆଁକୁଦନ୍ତି ଓ କଣ୍ଟାଦୋଳିରେ ବସନ୍ତି। ଉକ୍ତ ଦିନ ଗାଁ ରେ ଜନସାଧାରଣ ନିଜ ନିଜର ଘର ଆଗରେ ପୂର୍ଣ୍ଣ କୁମ୍ଭ ଓ ଦୀପ ବସାଇଥା’ନ୍ତି।

ଏହି ଯାତ୍ରା ନିଷ୍ଠା ଓ ଆଧ୍ୟାତ୍ମିକ ଭାବରେ ସମାପନ ହୋଇଥାଏ। ଇତିହାସ ପୃଷ୍ଠାକୁ ଉନ୍ମୋଚନ କଲେ ପାରଳାଖେମୁଣ୍ଡି ଗଜପତି ରାଜବଂଶ ସହିତ ମଛମରା ବାହୁବଳେଦ୍ର ରାଜବଂଶର ସମ୍ପର୍କ ରହିଆସିଅଛି।ମାଛମରା ରାଜବଂଶର ଝିଅ ପାରଳାଖେମୁଣ୍ଡି ଗଜପତି ରାଜବଂଶର ରାଜା ପ୍ରତାପରୁଦ୍ର ଦେବଙ୍କ ସହ ବାବାହ ହୋଇଥିଲା । ପାରଳାଖେମୁଣ୍ଡି ରାଜବଂଶର ଇଷ୍ଟଦେବୀ ମାଁ ମାଣିକେଶ୍ଵରୀ ସର୍ବସାଧାରଣ ଦର୍ଶନ ପାଇଁ ଥିବା ବେଳେ ମଛମରା ବାହୁବଳେଦ୍ର‌‌‌ ରାଜବଂଶର ଇଷ୍ଟଦେବୀ ତାଙ୍କର ରାଜଉଆସ ରେ ପୂଜା ପାଉଛନ୍ତି। ଏହି ଯାତ୍ରା ସମୟରେ ହିଁ ଜନସାଧାରଣ ମାଁ ଙ୍କ ଦର୍ଶନ ଲାଭ କରିଥା’ନ୍ତି ।ପୂର୍ବରୁ ବାହୁବଳେଦ୍ର ରାଜପରିବାରର ଇଷ୍ଟେଟର ମୁଖ୍ୟ ସ୍ଥଳ ବାଟିଶିରିପୁର ଥିଲା, ସେଠାରେ ଉକ୍ତଯାତ୍ରା ୧୨୦ବର୍ଷ ଅନୁଷ୍ଠିତ ହୋଇଥିଲା ।
ପରେ ରାଜ ପରିବାର ମାଛଧରା ଚାଲିଆସିବାରୁ ବର୍ତ୍ତମାନ ଏହି ଯାତ୍ରା ୧୨୦ବର୍ଷରେ ପହଞ୍ଚି ଅଛି, ତେଣୁ ଆଜିର ମାଁଙ୍କ ଯାତ୍ରା ରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇଥିଲେ।

Leave A Reply

Your email address will not be published.