ବିଲରୁ ମିଳିଲା ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ କ୍ଷତାକ୍ତ ମୃତଦେହ

0

ଭଦ୍ରକ (ସୀତାକାନ୍ତ ପାଢ଼ୀ)/ ସିମୁଳିଆ (ଅକ୍ଷୟ କୁମାର ଜେନା): ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ହତ୍ୟା । ବିଲରୁ ମିଳିଲା କ୍ଷତାକ୍ତ ମୃତଦେହ । ଏହାସହିତ ପ୍ରଧାନଶିକ୍ଷକଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି । ତାଙ୍କୁ ନିକଟସ୍ଥ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ସିମୁଳିଆ ଥାନା ଅନ୍ତର୍ଗତ ବାଲିଖଣ୍ଡ ଅଞ୍ଚଳରେ ହତ୍ୟାକାଣ୍ଡ ।ଖବର ଅନୁଯାୟୀ, ବିଲରୁ ପ୍ରଧାନଶିକଙ୍କ  କ୍ଷତାକ୍ତ ମୃତଦେହ ପଡିଥିବାର କିଛି ଲୋକ ଦେଖିଥିଲେ । ଏହାଦେଖି ତୁରନ୍ତ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ କଣ ପାଇଁ ପ୍ରଧାନଶିକ୍ଷକଙ୍କୁ ହତ୍ୟା କରାଯାଇଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ସେପଟେ ପ୍ରଧାନଶିକ୍ଷକଙ୍କ ସ୍ତ୍ରୀଙ୍କୁ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପ୍ରାଥମିକ ସୂତ୍ର ରୁ ଯାହା ଜଣା ପଡ଼େ ଦୁର୍ବୃତ୍ତ ମାନେ ବଡ ଡକାୟତି କରିବାରେ ଅସଫଳ ହେବାରୁ ବୃଦ୍ଧ ଶିକ୍ଷକ ଙ୍କୁ ହତ୍ୟା କରିବା ସହ ତାଙ୍କ ପତ୍ନୀ ଙ୍କୁ ମଧ୍ୟ ଗୁରୁତର ମରଣାତ୍ମକ ଆକ୍ରମଣ କରିଛନ୍ତି। ଘରୋଇ ଜିନିଷ ପତ୍ର ବିକ୍ଷିପ୍ତ ଅବସ୍ଥାରେ ପଡ଼ିଥିବା ବେଳେ ମୃତ ଦେହ ସ୍ଥାନୀୟ ଏକ ବିଲରୁ ଉଧାର କରା ଯାଇଛି। ସିମୁଳିଆ ପୋଲିସ୍ ଛନଭିନ କରୁଥିବା ବେଳେ ଆହତ ପତ୍ନୀ ଙ୍କୁ ବେହୋସ୍ ଅବସ୍ଥା ରେ ବଡ ମେଡିକାଲ୍ କୁ ସ୍ଥାନାନ୍ତରିତ କରାଯାଇଛି। ଅଂଚଳ ରେ ଶୋକାକୁଳ ପରିସ୍ଥିତି ଥିବା ବେଳେ। ଏହି ଘଟଣା ପୋଲିସ୍ ପାଇଁ ଏକ ବଡ ଚ୍ୟାଲେଞ୍ଜ।

Leave A Reply

Your email address will not be published.