ପିଇବା ପାଣି ସମସ୍ୟାର ସମାଧାନ ପାଇଁ ଦାବିପତ୍ର ।

0

ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର NAC ସାଂସଦ ପ୍ରତିନିଧି ତଥା କାଉନସିଲର ଚିନ୍ମୟ କୁମାର ପଣ୍ଡା ଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତନିଧି ଦଳ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି, ପଦ୍ମପୁର ସହରରେ ପିଇବା ପାଣିର ସମସ୍ୟା ଦୀର୍ଘ ଦିନରୁ ରହିଆସିଛି, ସମୟ ସମୟରେ ବିଭିନ୍ନ ପଡ଼ାବାସୀ ବାରମ୍ବାର ଆନ୍ଦୋଳନ କରୁଥିବା ସତ୍ତ୍ବେ କିଛି ସୁଫଳ ମିଳୁନାହିଁ, ପଦ୍ମପୁର ସହରର ମେହେର ପଡ଼ା, କୁମ୍ଭାରପଡ଼ା, କଣ୍ଟାପଡ଼ା ରେ ପାନୀୟ ଜଳର ସମସ୍ୟା ସାଂଘାତିକ ଅଟେ,ଏ ଅଞ୍ଚଳର ଲୋକମାନେ ପ୍ରାୟ ଏକ କିଲୋମିଟର ଦୂର ପ୍ରାଇଭେଟ୍ ବସଷ୍ଟାଣ୍ଡ କୁ ପିଇବା ପାଣି ଆଣିବା ପାଇଁ ଯାଇଥାନ୍ତି,ସେଠୁ ପାଣି ଆଣିଲେ ଯାଇ ଘର ମାନଙ୍କରେ ରୋଷେଇ ହୋଇଥାଏ,ଖରାମାସ ଆରମ୍ଭ ହେଲାଣି ତେଣୁ ଆଗକୁ ପରିସ୍ଥିତି ଆହୁରି ଜଟିଳ ହେବାକୁ ଯାଉଛି,ଏ ସମସ୍ୟାର ସମାଧାନ ପାଇଁ ଆଜି ବିଜେପି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି, ଆଗାମୀ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ନହେଲେ ଆଗାମୀ ୧୦ ତାରିଖରୁ ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳପାଇଁ ଧାରଣାରେ ବସିବା ପାଇଁ ଚେତାବନୀ ଦିଆଯାଇଛି, ପ୍ରତିନିଧି ଦଳରେ ଶ୍ରୀଯୁକ୍ତ ଚିନ୍ମୟ କୁମାର ପଣ୍ଡା ଙ୍କ ସମେତ, କାଉନସିଲର ଶ୍ରୀମତୀ ପ୍ରମିଳା ମେହେର, ଆଇନଜୀବୀ ଆଦିତ୍ୟ କୁମାର ରଥ, ପ୍ରମୋଦ କୁମାର ମେହେର,କେତନ ମେହେର,କ୍ଷୀରୋଦ୍ର ରଣା, ଅର୍ଜୁନ ରଣା,ସେବକ ମେହେର, ପାଣ୍ଡବ ମେହେର ପ୍ରମୁଖ ସାମୀଲ୍ ଥିଲେ ।

Leave A Reply

Your email address will not be published.