ରାଜ୍ୟ ଖଣି ରାଜସ୍ୱକୁ ଜେଏସ୍‌ଡବ୍ଲ୍ୟୁର ସର୍ବାଧିକ ଯୋଗଦାନ

0

କମ୍ପାନୀର ରାଜସ୍ୱ ମୋଟ ରେଭିନ୍ୟୁର ୫୨.୫%

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆଦାୟ ହୋଇଥିବା ମୋଟ ଖଣି ରାଜସ୍ୱରେ ଜେଏସ୍‌ଡବ୍ଲ୍ୟୁ ପୁଣି ସର୍ବାଧିକ ଯୋଗଦାନକାରୀ ହୋଇପାରିଛି । ଚଳିତ ଆର୍ଥିକ ବର୍ଷରେ ଜେଏସ୍‌ଡବ୍ଲ୍ୟୁ ଖଣି ରାଜସ୍ୱ ବାବଦକୁ ୧୨,୨୧୦ କୋଟି ଟଙ୍କା ଦେଇଛି । ୨୦୨୧-୨୨ ବର୍ଷରେ କେବଳ ବିଡ୍ ପ୍ରିମିୟମ ମାଧ୍ୟମରେ କମ୍ପାନୀ ୧୧,୬୮୬ କୋଟି ଟଙ୍କାର ରିଟର୍ନ ଦେଇଛି । ଗତ ଆର୍ôଥକ ବର୍ଷରେ ଜେଏସ୍‌ଡବ୍ଲ୍ୟୁର ମୋଟ ଖଣିଜ ରାଜସ୍ୱ ୩,୬୫୦ କୋଟି ଟଙ୍କା ଥିଲାବେଳେ ୨୦୨୧-୨୨ରେ ଏଥିରେ ଆଖିଦୃଶିଆ ବୃଦ୍ଧି ଘଟିଛି ।
ଜେଏସ୍‌ଡବ୍ଲ୍ୟୁଷ୍ଟିଲ୍ ନିଲାମ ନେଇଥିବା କ୍ୟାପ୍ଟିଭ୍‌ ଖଣିରୁ ପ୍ରିମିୟମଏବଂ ଅନ୍ୟାନ୍ୟ ବକେୟା ବାବଦ ରାଜସ୍ୱ ରାଜ୍ୟ ସରକାରଙ୍କ ଦ୍ୱାରା ଆଦାୟ ହୋଇଥିବା ମୋଟ ଖଣିଜ ରାଜସ୍ୱର ୫୨.୫ ପ୍ରତିଶତବା ୨୪,୧୭୧ କୋଟି । ୨୦୨୧-୨୨ର ୪ର୍ଥ କ୍ୱାର୍ଟର ରାଜସ୍ୱ ଡାଟା ଅନୁସାରେ, ଜେଏସ୍‌ଡବ୍ଲ୍ୟୁ ଏହାର କ୍ୟାପ୍ଟିଭ୍‌ ଖଣିରୁ ସମସ୍ତ ବକେୟା ପ୍ରଦାନ ସହ ରାଜକୋଷକୁ ୩,୫୧୭ କୋଟି ଟଙ୍କାର ଅବଦାନ ଦେଇଛି ।ଏଠାରେ ସୂଚନା ଯୋଗ୍ୟ ଯେ, ମାର୍ଚ୍ଚ ମାସରେ ରାଜ୍ୟ ଖଣି ରାଜକୋଷରେ ଜେଏସ୍‌ଡବ୍ଲ୍ୟୁର ଯୋଗଦାନ ୧,୯୦୦ କୋଟି ପାର୍‌ କରିଥିଲା ।
ନିକଟରେ ଆଗତ ହୋଇଥିବା ଅନ୍ତରୀଣ ବଜେଟ୍ ଅନୁସାରେ, ଖଣି ରାଜସ୍ୱ ରାଜ୍ୟର ନିଜସ୍ୱ ମୋଟ ଅଣ-ଟିକସ ରାଜସ୍ୱର ୯୦ ପ୍ରତିଶତ । ନିଲାମ ବ୍ଲକ୍‌ ଗୁଡ଼ିକରୁ ଆଦାୟ ଖଣିଜ ରାଜସ୍ୱ ସମ୍ପ୍ରତି ରାଜ୍ୟ ଅର୍ଥନୀତିକୁ ଆହୁରି ମଜଭୁତ କରିଛି ।ବିଶେଷ କରି ଜେଏସ୍‌ଡବ୍ଲ୍ୟୁ ଓଡ଼ିଶାରେ ଖଣି ନିଲାମ ନେବାରେ ସର୍ବାଗ୍ରେ ରହିଛି ଏବଂ ରାଜ୍ୟ ତଥା ରାଜ୍ୟବାସୀଙ୍କ ଅଭିବୃଦ୍ଧି ଲକ୍ଷ୍ୟକୁ ଗୁରୁତ୍ୱ ଦେଇଆସିଛି ।

ଉତ୍ପାଦନ ଏବଂ ଉତ୍ପାଦ ପ୍ରେରଣ

ଚଳିତ ଆର୍ଥିକ ବର୍ଷରେଜେଏସ୍‌ଡବ୍ଲ୍ୟୁ ନିଲାମ ନେଇଥିବା ଖଣିରୁ ଉତ୍ପାଦନ ୨୪.୧ ମେଟ୍ରିକ୍‌ ଟନ୍ ଥିବାବେଳେ ଉତ୍ପାଦ ପ୍ରେରଣ ୨୧.୩ ମେଟ୍ରିକ୍‌ଟନ୍‌ ରହିଛି । ୨୦୨୦-୨୧ରେ ଉତ୍ପାଦନ ଓ ଡେସ୍‌ପ୍ୟାଚ୍ ଯଥାକ୍ରମେ ୧୬.୬୬ ଏବଂ ୯.୬୭ ମେଟ୍ରିକ୍‌ ଟନ୍‌ ରହିଥିଲା ।
କରୋନା ମହାମାରୀ ଯୋଗୁ ସମସ୍ତ ଯୋଗାଣ ଶୃଙ୍ଖଳା ବ୍ୟାହତ ହୋଇଥିବା ବେଳେ ଜେଏସ୍‌ଡବ୍ଲ୍ୟୁ ଏହାର ଖଣି କାର୍ଯ୍ୟ ଆରମ୍ଭ କରିଥିଲା ।କ୍ରମେ ଏହାର ଉତ୍ପାଦନ ବୃଦ୍ଧି ଜାରି ରଖି ଗୋଟିଏ ଦିନରେ ୧ ଲକ୍ଷ ଟନ୍‌ ଲୁହାପଥର ପରିବହନ ତଥା ପ୍ରେରଣ କରିବାର ମାଇଲ ଖୁଣ୍ଟ ହାସଲ କରିଛି । ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟକ୍ଷମ ହେବା ପରେ ଏହି ଖଣି ଗୁଡ଼ିକରୁ ବର୍ଷକୁ ୩୬ ମେଟ୍ରିକ୍‌ ଟନ୍‌ ଉତ୍ପାଦନ ହୋଇପାରିବ ।
ରାଜ୍ୟ ସରକାର ଚଳିତ ବର୍ଷ ଖଣିକ୍ଷେତ୍ରରୁ ୪୮,୦୦୦ କୋଟି ରାଜସ୍ୱ ଆଦାୟ କରିଛନ୍ତି, ଯେଉଁଥିରେ କୋଇଲା ଖଣିର ପ୍ରାୟ ୯୭୧ କୋଟି ଅନ୍ତର୍ଭୂକ୍ତ । ୨୦୨୦-୨୧ରେ ଓଡ଼ିଶା ଖଣିକ୍ଷେତ୍ରରୁ ୧୩,୮୦୦ କୋଟି ଆଦାୟ କରିଥିବାବେଳେ ଏଥିରେ ବଡ଼ ଧରଣର ବୃଦ୍ଧିଘଟିଛି ।ଚଳିତ ଆର୍ଥିକ ବର୍ଷରେ ୪୬,୦୦୦ କୋଟିର ଖଣିରାଜସ୍ୱ ଆକଳନ କରାଯାଇଛି । ଏଥିରେ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ କମ୍ପାନୀର ମୋଟଯୋଗଦାନ ୧୨,୬୮୩ କୋଟି, ଯାହାକି ରାଜ୍ୟ ଖଣିଜ ରାଜସ୍ୱର ୨୬ ପ୍ରତିଶତ ।ରାଜ୍ୟ ସହସହଭାଗିତା ବୃଦ୍ଧି ଦିଗରେ ଜେଏସ୍‌ଡବ୍ଲ୍ୟୁଏହାର ଉତ୍ପାଦନ ଲକ୍ଷ୍ୟକୁ ଆହୁରି ବଢ଼ାଇବ ।ଚଳିତ ଆର୍ଥିକ ବର୍ଷ ପାଇଁ କମ୍ପାନୀ ୨୮ ମେଟ୍ରିକ୍‌ ଟନ୍‌ ଉତ୍ପାଦନ ଟାର୍ଗେଟ ରଖି ଆଗକୁ ବଢ଼ିବ ।
ଏସ୍‌ଡିଜିସଂଯୁକ୍ତ ବଜେଟ ଆଣିବାରେ ଓଡ଼ିଶା କିଛି ରାଜ୍ୟ ଗୁଡ଼ିକମଧ୍ୟରେ ଅନ୍ୟତମ । ଏଥିରେ ଜନସ୍ୱାସ୍ଥ୍ୟ, ଶିକ୍ଷା ଆଦି କ୍ଷେତ୍ର ପାଇଁ ଖର୍ଚ୍ଚକୁ ଅଗ୍ରାଧିକାର ଦିଆଯିବ । ଖଣିଜ ରାଜସ୍ୱରେ ଆଖିଦୃଶିଆ ବୃଦ୍ଧିଯୋଗୁ ଏହି ମଧ୍ୟବର୍ତ୍ତୀକାଳୀନ ବଜେଟରେ ଗ୍ରାମୀଣବିକାଶ ପାଇଁବ୍ୟୟକୁଗୁରୁତ୍ୱମିଳିଛି ।ତେଣୁ ଉନ୍ନତ ଓଡ଼ିଶା ଗଠନରେ ସହଭାଗିତା ପାଇଁ ଜେଏସ୍‌ଡବ୍ଲ୍ୟୁ ଗର୍ବିତ ବୋଲି କମ୍ପାନୀ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି |

Leave A Reply

Your email address will not be published.