ଶକ୍ତି ମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ଟିପିସିଓଡିଏଲ ପକ୍ଷରୁ ଭ୍ରାମ୍ୟମାଣ ଟ୍ରାନ୍ସଫର୍ମର

0

ଟିପିସିଓଡିଏଲ୍ ପକ୍ଷରୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଅଭିନବ ସମାଧାନର ଶୁଭାରମ୍ଭ

ଭୁବନେଶ୍ୱର: ଗ୍ରାହକମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ କରିବା କ୍ଷେତ୍ରରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ପକ୍ଷରୁ ଏହାର କାର୍ଯ୍ୟ କ୍ଷେତ୍ର ଅଂଚଳରେ ଭ୍ରାମ୍ୟମାଣ କମ୍ପାକ୍ଟ୍ର ସବ୍‌ଷ୍ଟେସନର ଶୁଭାରମ୍ଭ କରାଯାଇଛି । ଆଜି ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଏମ୍ ସେନ୍‌ବାଗମଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ମାନ୍ୟବର ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ଦିବ୍ୟ ଶଙ୍କର ମିଶ୍ର ଏହାକୁ ଉଦଘାଟନ କରିଛନ୍ତି ।
ଭ୍ରାମ୍ୟମାଣ କମ୍ପାକ୍ଟ ସବ୍‌ଷ୍ଟେସନରେ ରହିଛି ଏକ ବିତରଣ ଟ୍ରାନ୍ସଫରମର୍‌, ଲୋ ଭୋଲ୍‌ଟେଜ୍ ସ୍ୱିଚ୍‌ଗିୟର, ମିଟରିଂ ଉପକରଣ, ସର୍ଜ ସୁରକ୍ଷା ଓ ଏକ ଭ୍ରାମ୍ୟମାଣ ଟ୍ରଲିରେ ଲାଗିଥିବା ଏକ ତାର ସଂଯୋଗ ବ୍ୟବସ୍ଥା । ଭ୍ରାମ୍ୟମାଣ କମ୍ପାକ୍ଟ ସବ୍‌ଷ୍ଟେସନ ହେଉଛି ଏକ ପ୍ଲଗ୍ ଇନ୍ ପ୍ରକାରର ସବ୍ ଷ୍ଟେସନ ଓ ଏହାକୁ ସ୍ଥାପନ କରିବା ଲାଗି ପରିବହନ ସେବା ସମୟ ବ୍ୟତୀତ ୧-୧.୫ ଘଂଟା ସମୟ ଦରକାର ହୋଇଥାଏ । ଗ୍ରୀଷ୍ଣ ଋତୁରେ ବିଭିନ୍ନ କାରଣ ଲାଗି ସ୍ଥାପନ କରାଯାଇଥିବା ଟ୍ରାନ୍ସଫରମର ଅଚଳ ହୋଇପଡ଼ିବା ଭଳି ସ୍ଥିତିରେ ଗ୍ରାହକମାନଙ୍କ ଲାଗି ବିଦ୍ୟୁତ ବିଭ୍ରାଟକୁ ହ୍ରାସ କରିବା ଲାଗି ସାମୟିକ ଭାବେ ଏହାକୁ ବ୍ୟବହାର କରାଯାଏ । ସହରାଚଂଳ ଓ ସହର ଉପାନ୍ତ ଅଂଚଳଗୁଡ଼ିକରେ ତ୍ୱରିତ ଭାବେ ବିଦ୍ୟୁତ ସେବାକୁ ସ୍ୱାଭାବିକ କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ୮ଟି ଭ୍ରାମ୍ୟମାଣ ସବ୍‌ଷ୍ଟେସନ ସଂଗ୍ରହ କରାଯାଇଛି ।
ଏହି ଉଦଘାଟନୀ ଅବସରରେ ଓଡ଼ିଶାର ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ, “ଓଡ଼ିଶାବାସୀଙ୍କ ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ହେଉଛି ପ୍ରାଥମିକତା । ଏହି ଅଭିଯାନ ପାଇଁ ମୁଁ ଟିପିସିଓଡିଏଲ୍ ଟିମ୍‌କୁ ଧନ୍ୟବାଦ ଜଣାଉଛି ଯାହା ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ଦିଗରେ କାର୍ଯ୍ୟ କରିବ ।’’
ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଏମ୍ ସେନବାଗମ କହିଛନ୍ତି ଯେ, “ଗ୍ରୀଷ୍ଣ ଋତୁ ସହିତ ଆସିଥିବା ଅତିରିକ୍ତ ଲୋଡ୍ ପାଇଁ ଦେଖାଦେଇଥିବା ଆହ୍ୱାନର ମୁକାବିଲା ଦିଗରେ ଏହା ଏକ ପଦକ୍ଷେପ । ଟ୍ରାନ୍ସଫରମର ଅଚଳ ହେବା କିଛି ଘଂଟା ଭିତରେ ପ୍ରତିକ୍ରିୟା ଦେବାକୁ ଏହି ସମାଧାନ ନିଶ୍ଚିତ କରିବ ଯାହା ଫଳରେ ଭରସାଯୋଗ୍ୟ ବିଦୁୃ୍ୟତ ଯୋଗାଣ ନିଶ୍ଚିତ ହୋଇପାରିବ । ଗ୍ରାହକମାନଙ୍କ ପାଇଁ ଭରସାଯୋଗ୍ୟ ସେବା ଯୋଗାଣରେ ଉନ୍ନତି ଆଣିବା ଲାଗି ଅଭିନବ ସମାଧାନ ଆଣିବା କାର୍ଯ୍ୟକୁ ଆମେ ଜାରି ରଖିବୁ ।’’

Leave A Reply

Your email address will not be published.