ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଲା ସେକ୍ସନ ଖଣ୍ଡଧୁଁଆ ଗ୍ରାମରେ ଜଙ୍ଗଲକୁ ମହୁଲ ଗୋଟାଇ ଯାଇଥିବା ବେଳେ ମହିଳାଙ୍କୁ ଦଲିଦେଲା ହାତୀ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ଜଣକ ହେଲେ ସେହି ଗ୍ରାମର ପଦ୍ମଲାଭ ପ୍ରଧାନ ଙ୍କ ସ୍ତ୍ରୀ ପ୍ରମିଳା ପ୍ରଧାନ।
ସୂଚନା ଅନୁସାରେ ପ୍ରମିଳା ପ୍ରତେକ ଦିନ ପରି ଆଜି ମଧ୍ଯ ସକାଳୁ ନିଜ ଗାଁ ଜଙ୍ଗଲକୁ ମହୁଲ ଗୋଟାଇବା ପାଇଁ ଯାଇଥିଲେ। ଏକ ହାତୀ ଅଚାନକ ଆସି ପ୍ରମିଳା ଙ୍କୁ ଆକ୍ରମଣ କରିଥିଲା। ପ୍ରମିଳା ଆଉ ଖସି ଯାଇ ପାରି ନ ଥିଲେ ହାତୀ ଟି ପ୍ରମିଳା ଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ହିଁ ପ୍ରମିଳା ଙ୍କର ମୃତ୍ୟୁ ଘଟିଥିଲା।
ଏହି ଘଟଣା ଘଟିବା ପରେ ପାଖରେ ଥିବା ଗ୍ରାମବାସୀ ମାନେ ଚିତ୍କାର କରିଥଲେ। ଚିତ୍କାର ଶୁଣି ଗ୍ରାମର ବହୁ ଲୋକ ଦୌଡ଼ି ଆସି ଥିଲେ ଓ ତତକ୍ଷଣାତ୍ ବନବିଭାଗ ଓ ପୋଲିସ କୁ ଜଣାଇଥିଲେ। ଏହାପରେ ରିଆମାଳ ରେଞ୍ଜର ନିରଞ୍ଜନ ଧରୁଆ ଓ କୁଣ୍ଢେଇଗୋଲା ପୋଲିସ, ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବ୍ଲକ୍ ର ଏହି ଗ୍ରାମର ଲୋକ ମାନେ ସାଧାରଣତଃ ଚାଷ ପାରେ ମହୁଲ ଗୋଟାଇ ପରିବାର ପୋଷଣ କରିଥାଆନ୍ତି।ପ୍ରମିଳା ମଧ୍ଯ ଗ୍ରାମର ମହିଳା ମାନଙ୍କ ସହ ପ୍ରତ୍ୟେକ ଦିନ ମହୁଲ ଗୋଟାଇ ବାକୁ ଯାଆନ୍ତି।ମାତ୍ର ହାତୀ ଆକ୍ରମଣରେ ପ୍ରମିଳାଙ୍କ ଦେହାନ୍ତ ହୋଇଥିବାରୁ ପରିବାରର ଆର୍ଥିକ ଅବସ୍ଥା ଉଜୁଡ଼ି ଯାଇଛି କହିଲେ ଭୁଲ ହେବ ନାହିଁ। କ୍ଷତିପୂରଣ ବାବଦରେ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜନସାଧାରଣ ରେ ଦାବୀ ହେଉଛି।
Sign in
Sign in
Recover your password.
A password will be e-mailed to you.