ସରସ୍ବତୀ ଶିଶୁମନ୍ଦିର ଅଭିଭାବକ ବୈଠକ।

0

ହାଟଡିହି (ମକରଧ୍ବଜ ଯେନା): ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଶାଳଣିଆଁ ଜୋନ୍ ର ସରସ୍ବତୀ ଶିଶୁମନ୍ଦିର,ଜଳସରପୁର,ମା ଭାଟିଆ ଶୁଣୀ ପିଠ ଠାରେ ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ଉପସ୍ଥିତ ରେ ଏକ ସମିକ୍ଷା ବୈଠକ ଅନୁଷ୍ଟିତ ହୋଇଯାଇଅଛି।ଏହି ବୈଠକ ରେ ସଭାପତି ଭାବରେ ପୂର୍ବତନ ସମ୍ପାଦକ ରବିନ୍ଦ୍ର କୁମାର ଯେନା,ମୁଖ୍ୟବକ୍ତା ପ୍ରଧାନ ଆଚାଯ୍ର୍ୟ ଧରଣୀଧର ଯେନା, ପରିଚାଳନା କମିଟି ର ସଭ୍ୟ ସନ୍ତୋଷ କୁମାର ଯେନା,ସଭ୍ୟା ଗୀତାଞ୍ଜଳି ପେଡା,ରଶ୍ମିରେଖା ପତି ଆନୁଷ୍ଠାନିକ ଭାବେ ବୈଠକ ରେ ଯୋଗଦାନ କରି ଅଭିଭାଷଣ ମାଧ୍ୟମରେ କରୋନା ସମସ୍ୟା ପରେ ଖୋଲିଥିବା ଶିଶୁମନ୍ଦିର କିପରି ଆଗକୁ ଚଳ ଚଞ୍ଚଳ ସହିତ ଉତ୍ତମ ଶିକ୍ଷାଦାନ ପ୍ରତି ଆଲୋକପାତ କରି ଅଭିଭାବକ ଙ୍କ ସାହାଯ୍ର୍ୟ ଓ ସହଯୋଗ ହିଁ ଶିକ୍ଷା ଅନୁଷ୍ଟାନକୁ ଅଗେଇ ନେବା ସହିତ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାବିକାଶର ମୂଳ ମନ୍ତ୍ର ବୋଲି ମତ ପ୍ରକାଶ କରିଥିଲେ। ଶିଶୁମନ୍ଦିର ର ଗୁରୁଜୀ ପ୍ରଭାତ କୁମାରପେଡା, ରମାକାନ୍ତ ବେହେରା, ହରେକୃଷ୍ଣ ବାରିକ୍ ,ସତ୍ୟବ୍ରତ ବାରିକ୍ ଗୁରୁମା ପ୍ରମିଳା ମିଶ୍ର , ଶୁଚିସ୍ମିତା ଓଝା, ସଞ୍ଜୁଲତା ସାମଲ,ମନୋରମା ବାରିକି,ମଧୁସ୍ମିତା ଖୁଣ୍ଟିଆ,ମମତାମୟୀ ଧଳ ଉପସ୍ଥିତ ରହି ସମସ୍ତ ଅଭିଭାବକଙ୍କୁ ବୈଠକକୁ ସ୍ବାଗତ କରି ଧନ୍ୟବାଦ ଜଣାଇ ଥିଲେ।

Leave A Reply

Your email address will not be published.