ନବ ନିର୍ବାଚିତ ସରପଞ୍ଚ ଙ୍କ ସମୀକ୍ଷା ବୈଠକ: ଆଦର୍ଶ ପଞ୍ଚାୟତରେ ପରିଣତ କରିବା ପାଇଁ ସଂକଳ୍ପ

0

ହାଟଡିହି(ମକରଧଜ୍ଜ ଯେନା): କେଉଁଝର ଜିଲ୍ଲା ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଶ୍ରୀମତୀ ସତ୍ୟଭାମା ଯେନା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଜୟ ହାସଲ ପରେ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ନିମନ୍ତେ ମରୈଗାଁ ପଞ୍ଚାୟତର ଡଙ୍କୁରୀ ଗ୍ରାମରେ ଗ୍ରାମବାସି ମାନଙ୍କୁ ନେଇ ଶିବମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ କରିଥିଲେ। ତାଙ୍କ ମତରେ ଦଳମତ ନିର୍ବିଶେଷରେ ସମସ୍ତ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ପଞ୍ଚାୟତର ପ୍ରତ୍ୟକ ଗ୍ରାମ କୁ ଆଦର୍ଶ ଗ୍ରାମରେ ପରିଣତ କରିବା ଓ ସମସ୍ତ ଗରିବ ପରିବାରକୁ ସରକାରୀ ସୁବିଧା ଯୋଗାଇବା ସହିତ ପଞ୍ଚାୟତବାସୀଙ୍କ ବିକାଶ ଧାରା ଅଗେଇ ନେବା ବୈଠକ ର ମୁଖ୍ୟ ଉଦେଶ୍ୟ ରହିଥିଲା। ପଞ୍ଚାୟତର କୌଣସି ପରିବାର ସରକାରଙ୍କ ମୌଳିକ ସେବା ରୁ ବଞ୍ଚିତ ନ ହେବେ ସେଥିପ୍ରତି ସେ ଗୁରୁତ୍ବ ଦେଇ ଆଗାମୀ ଦିନରେ ମରୈଗାଁ ପଞ୍ଚାୟତ କୁ ଏକ ଆଦର୍ଶ ପଞ୍ଚାୟତରେ ପରିଣତ କରିବା ପାଇଁ ସରପଞ୍ଚ ପ୍ରତିନିଧି ଶ୍ରୀ ସୁରେନ୍ଦ୍ର କୁମାର ଯେନା ମତପ୍ରକାଶ କରିଥିଲେ। ଏହି ବୈଠକ ରେ ନାଏବ ସରପଞ୍ଚ ବିଶ୍ବନାଥ ଯେନା ,ଓ୍ବାର୍ଡ ସଭ୍ୟା କମଳିନୀ ସେଠି,ନିିରଞ୍ଜନସା,ଗଗନ ବିହାରୀ ଦାସ,ରବିନ୍ଦ୍ର ଯେନା,ଶିଶିର ଦାସ,ପ୍ରମୁଖ,ଗ୍ରାମବାସୀ ଉପସ୍ଥିତ ରହି ଗାଁବିକାଶ ରଥକୁ ଆଗେଇ ନେବାକୁ ଗାଁ ଶିବମନ୍ଦିର ରେ ସଙ୍କଳ୍ପ କରିଥିଲେ।

Leave A Reply

Your email address will not be published.