ଭାବିମାଆ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ରାମକୃଷ୍ଣପୁରର ଗେମ୍ ଚେଞ୍ଜର ବିଜୟୀ

0

ଗ୍ରାମାଚଂଳରେ କ୍ରିକେଟ ପ୍ରତିଭାଙ୍କ ପ୍ରତି ଆଗ୍ରହ ବୃଦ୍ଧି କରିବା ପାଇଁ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅବଦାନ ଅତୁଳୀୟ; ବ୍ଲକ ଉପାଧ୍ୟକ୍ଷ ଅଶୋକ ଓଝା

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ):ଜିଗ୍ନିପୁର ପଂଚାୟତ ଲାଲବାଗ ଗ୍ରାମରେ ଥିବା ତ୍ରିନାଥ କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ସ୍ଥାନୀୟ ତାଗା ଖେଳପଡିଆରେ ଭାବିମାଆ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଏଥିରେ ଗ୍ରାମାଚଂଳର ୮ ଗୋଟି କ୍ରିକେଟ ଦଳ ଅଂଶଗ୍ରହଣ କରିଥିଲେ। ଚୂଡାନ୍ତ ଖେଳରେ ପ୍ରଥମେ ଜିଗ୍ନିପୁରର ସାଧୁବାବା କ୍ରିକେଟ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରୁ ୧୮ ଓଭର ଖେଳି ସମସ୍ତ ୱିକେଟ ହରାଇ ୧୬୦ ରନ୍ କରିଥିଲା। ଜବାବରେ ରାମକୃଷ୍ଣପୁରର ଗେମ୍ ଚେଞ୍ଜର କ୍ରିକେଟ ଦଳ ୧୩ ଓଭରରେ ୫ ୱିକେଟ୍ ହରାଇ ଶେଷ ବଲରେ ଛକା ମାରି ୧୬୧ ରନ୍ କରି ବିଜୟଲାଭ କରିଥିଲା। ସଞ୍ଜୟ ରାଉତ ଓ ରବିଶଙ୍କର ରାଉତ ଖେଳ ପରିଚାଳନା କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ସରପଂଚ ତିଳତ୍ତମା ରାଉତଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା ଯୋଗଦାନ କରି ଗ୍ରାମାଚଂଳରେ କ୍ରିକେଟ ପ୍ରତିଭାଙ୍କ ପ୍ରତି ଆଗ୍ରହ ବୃଦ୍ଧି କରିବା ପାଇଁ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅବଦାନ ଅତୁଳୀୟ ବେଲି ପ୍ରକାଶ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ବିପ୍ଳବ କିଶୋର କାପ, ସାମ୍ବାଦିକ ସୁରେନ୍ଦ୍ରନାଥ ରାଉତ, ପଂଚାୟତ ସଭାପତି ଧୀରେନ୍ଦ୍ରନାଥ ବେହେରା, ଜିଲ୍ଲା ବିଜେଡି ସଂଖ୍ୟାଲଘୁ କମିଟିର ଉପସଭାପତି ଜାକିରୀ ଖାଁ, ଯୁବନେତା ଜ୍ଞାନରଂଜନ ରାଉତ, ପ୍ରମୋଦ କୁମାର ସ୍ୱାଇଁ , ନାଏବ ସରପ କୁଦୁରତ ଅଲୀ ଖାଁ ଓ ୱାର୍ଡ ସଭ୍ୟ ତ୍ରିଲୋଚନ ଜେନା ପ୍ରମୁଖ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ଅର୍ଥ ପ୍ରଦାନ କରିଥିଲେ। ଆସୋସିଏସନ ସଭାପତି ତପନ କୁମାର ରାଉତ ଓ ସଂପାଦକ ଜିତେନ୍ଦ୍ର ରାଉତଙ୍କ ନେତୃତ୍ୱରେ ତାପସ ରଂଜନ ଦାସ, ମନମୋହନ ମହାନ୍ତି, ରଂଜନ କୁମାର ପଣ୍ଡା, ମନୋଜ ରାଉତ, ଦିବ୍ୟଜ୍ୟୋତି ରାଉତଙ୍କ ସମେତ ସମସ୍ତ ସଭ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.