ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନ ଓ ଶିଳାନ୍ୟାସ କରି ବିଜୟ ଉତ୍ସବ ପାଳିଲେ ମନ୍ତ୍ରୀ ପ୍ରତାପ ଜେନା

0

ମାହାଙ୍ଗା(ଦେବେନ୍ଦ୍ର ଷଢଙ୍ଗୀ):ରାଜ୍ୟ ପଂଚାୟତିରାଜ,ପାନୀୟଜଳ,ଆଇନ,ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମାହାଙ୍ଗା ବ୍ଲକ ଗ୍ରସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ କରିି ବିଜୟ ଉତ୍ସବ ପାଳନ କରିଛନ୍ତି ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ପ୍ରଥମେ ବରାହିପୁର ପଂଚାୟତ ଗସ୍ତ କରି ମୁରଲି ଛକ ଠାରେ ମଣିଯୋରୀ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ନୂତନ କାର୍ଯ୍ୟାଳୟର ନୂତନ ଗୃହ ଓ ବରାହିପୁର ପଂଚାୟତ ମହିଳା ମିଶନ ଶକ୍ତିର ନୂତନ ଗୃହକୁ ଲୋକାର୍ପଣ କରିଥିଲେ। ଏଥିରେ ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ,ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି,ଜିଲ୍ଲା ପରିଷଦ ସଭ୍ୟ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ,ଜିଲ୍ଳା ପରିଷଦ ସଭ୍ୟ ମୁର୍ସିଦ ରିଆଜୁଲ ହୋଦା,ଜିଲ୍ଳା ପରିଷଦ ସଭ୍ୟା ସୁସ୍ମିତା ଦାସ ,ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା,ଯୁବ ବିଜେଡି ସଭାପତି ଶରତ ମହାପାତ୍ର ,ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶରତ ନାୟକ ,ସରପଂଚ ରଶ୍ମିତା ସ୍ୱାଇଁ,ସମିତସଭ୍ୟା ଅନ୍ନପୁର୍ଣ୍ଣା ସାହୁ ,ଧିରେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଓଷଙ୍ଗ ପଂଚାୟତ ଗ୍ରସ୍ତକରିବା ସହ ମାହାଙ୍ଗା ଆଦର୍ଶ ବିଦ୍ୟାଳୟକୁ ସଂଯୋଗ କରୁଥିବା ଗୋକନ-ବଇଁଚୁଆ ଗ୍ରାମ୍ୟ ଉନ୍ନୟନ ରାସ୍ତାର ଭିତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ରାସ୍ତା ନିର୍ମାଣ ହେଲେ ବରାହିପୁର ,ପାଇକରାପୁର ,ଉଷଙ୍ଗ ,ପଲ୍ଲିସାହି ଆଦି ପଂଚାୟତର ଜନସାଧାରଣମାନେ ବେଶ ଉପକୃତ ହେବେ। ଏହି କାର୍ଯ୍ୟକ୍ରମରେ ଓଷଙ୍ଗ ସରପଂଚ ନିହାରିକା ବିଶ୍ୱାଳ,ସମିତିସଭ୍ୟା କାନନବାଳା ମହାନ୍ତି ,ଧିରେନ୍ଦ୍ର ବିଶ୍ୱାଳ ,ଭଗବାନ ବିଶ୍ୱାଳ,ଦେବରଂଜନ ମହାନ୍ତି.କମଳାକାନ୍ତ ଦାଶ,କମଳାକାନ୍ତ ରାଉତ ,ରତ୍ନାକର ସାହୁ ,ଚିତରଂଜନ ମହାପାତ୍ର,ଜ୍ଞାନେନ୍ଦ୍ର ସାହୁ,ଗଣେଶ ବିହାରୀଙ୍କ ସମେତ ମାହାଙ୍ଗା ବ୍ଳକର ବହୁ ସରପଂଚ ଓ ସମିତିସଭ୍ୟସଭ୍ୟା ଓ ଦଳୀୟ କର୍ମୀମାନେ ଉପସ୍ଥିତ ରହିଥିଲେ। ମାହାଙ୍ଗା ବ୍ଲକ ଅନ୍ତର୍ଗତ ଛତ୍ରତୋଟା ବଜାର ଠାରେ ଆରୋଗ୍ୟ ହସ୍ପିଟାଲକୁ ମାହାଙ୍ଗାର ବିଧାୟକ ତଥା ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ଉଦ୍ଘାଟନ କରିଥିଲେ। ଏହି ହସ୍ପିଟାଲ ଖୋଲିବା ଦ୍ୱାରା ମାହାଙ୍ଗା ବାସୀ ସହଜରେ ଓ ସୁବିଧାରେ ବିଭିନ୍ନ ପ୍ରକାର ରୋଗର ଚିକତ୍ସା ପାଇବା ସହ ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ସମସ୍ତ ପ୍ରକାର ସୁବିଧା ପାଇ ପାରିବେ ବୋଲି କହିଥିଲେ।

Leave A Reply

Your email address will not be published.