ରାଉରକେଲା,(ବସନ୍ତ କୁମାର ଜେନା); ରାଉରକେଲା ଏନ ଆଇ ଟି ରେ ଦେଖାଦେଇଛି ଛାତ୍ର ମାନଙ୍କ ମଧ୍ୟରେ ଅସନ୍ତୋଷ। ଅଫ ଲାଇନ ପରିବର୍ତ୍ତେ ଅନ ଲାଇନ ରେ ପରୀକ୍ଷା କରିବାକୁ ଦାବି କରିଛନ୍ତି ଛାତ୍ର ମାନେ।କୋଭିଡ ସମୟରେ ଅନ ଲାଇନ ରେ ପାଠ ପଢା ହେଉଥିବା ବେଳେ କିଛିଦିନ ହେଲା ଅଫ ଲାଇନ କ୍ଲାସ ହେଉଛି। ୮୦ ପ୍ରତିଶତ ପାଠପଢା ଅନ ଲାଇନ ରେ ସରି ଥିବା ଛାତ୍ର ମାନେ କହିଛନ୍ତି। ଆଇ ଆଇ ଟି , ଖଡ଼ଗପୁର ଏବଂ
ଏନ ଆଇ ଟି , ରାୟପୁର ରେ ଅନ ଲାଇନ ପରୀକ୍ଷା ଲାଗି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ବେଳେ ଏଠାରେ ଅଫ ଲାଇନ ପରୀକ୍ଷା ନିଷ୍ପତ୍ତି ଯଥାର୍ଥ ନୁହେଁ ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ଶନିବାର ସନ୍ଧ୍ୟାରେ ଅନ ଲାଇନ ପରୀକ୍ଷା ଦାବିରେ ଏନଆଇଟି ର ଛାତ୍ରମାନେ ଏକତ୍ରିତ ହୋଇ ନିଜ ଦାବି ଦୋହରାଇଛନ୍ତି। ଏହା ସହ କ୍ୟାମ୍ପସ ଏକ ପ୍ରତିବାଦ ଶୋଭାଯାତ୍ରା ମଧ୍ୟ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.