କାଶୀପୁର ରୁ ବୈକୁଣ୍ଠ ଦୁରିଆ :କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକର ଅନ୍ତର୍ଗତ ବିରିଗୁଡ଼ା ଗ୍ରାମର କାଞ୍ଚନ ହାଲୁଆ ସ୍ବାମୀ ଚେତନ ହାଲୁଆ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ(୦୩-୧୦-୨୦୨୧) ତାରିଖ ପ୍ରସୂତି ବିଭାଗରେ ଅସ୍ତ୍ରୋପଚାର କରି ନବଜାତ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ସେହି ଦିନ ପ୍ରସୂତି ବିଶେଷଜ୍ଞ ଡାକ୍ତର ଲୋତିକା ବେହେରା ଏହି ଅସ୍ତ୍ରୋପଚାର କରିଥିଲେ ହେଲେ ସେହଦିନ ଠାରୁ ଅସ୍ତ୍ରୋପଚାର ହୋଇଥିବା ମହିଳା ଶ୍ରୀମତି କାଞ୍ଚନ ହାଲୁଆ ନାନା ପ୍ରକାର ରୋଗ ବ୍ୟଥା ଓ ଅସୁସ୍ଥତାର ସମ୍ମୁଖିନ ହେଉଥିବା ଦେଖାଦେଇଥିଲା। ଫଳରେ କୋରାପୁଟ ମୁଖ୍ୟ ଚିକିତ୍ସାଳୟକୁ ଯାଇ ଚିକିତ୍ସା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା। ଶେଷରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ସ୍ଥିତ ଇଣ୍ଡସ ଚିକିତ୍ସାଲୟ ରେ ସ୍କାନିଂ କରିବାରୁ କାଞ୍ଚନ ହାଲୁଆଙ୍କ ପେଟରେ ତୁଳା ଓ ଗଜ କପଡା ରହିଥିବା ଦେଖିବାକୁ ମିଳିଥିଲା । ଇଣ୍ଡସ ଚିକିତ୍ସାଲୟ ଡାକ୍ତର ମାନେ ଶ୍ରୀମତି କାଞ୍ଚନଙ୍କ ହଲୁଆଙ୍କ ପେଟକୁ ପୁଣି ଥରେ (୦୫-୦୩-୨୦୨୨)ତାରିଖ ଦିନ ଅସ୍ତ୍ରୋପଚାର କରି ଏକ ମିଟର ତୁଳା ବା ଗଜ କପଡା କlଡି ଦେଇଥିଲେ। ଏବେ ଶ୍ରୀମତୀ କାଞ୍ଚନ ହାଲୁଆଙ୍କ ଦେହ ସୁସ୍ଥ ରହିଥିବା ଜଣାପଡିଛି । ତେବେଏହି ବିଷୟରେ ପ୍ରସୂତି ବିଶେଷଜ୍ଞ ଲତିକା ବେହେରା ଙ୍କୁ ସମ୍ପର୍କ କରିଥିଲେ। ସେ ତାଙ୍କ ଖାମଖିଆଲ ଓ ଦୁର୍ବ୍ୟବହାର କରି କ’ଣ କରିବାର ଅଛି କର ବୋଲି କହି ଶ୍ରୀମତୀ କାଞ୍ଚନ ହାଲୁଆଙ୍କ ସ୍ବାମୀ ଓ ପରିବାର ବର୍ଗ ଲୋକଙ୍କୁ ଅପମାନିତ କରିଥିବା ଅଧିଯୋଗ ହୋଇଛି । ସେଥି ପାଇଁ ସେମାନେ ଏହି ବିଷୟ ନେଇ ରାୟଗଡ଼ା ପୋଲିସ ଅଧିକାରୀଙ୍କ ନିକଟରେ ଏକ ଏତଲା ଦିଆଯାଇଛି | ପୋଲିସ ଅଧିକାରୀ କେଶ କୁ ଗ୍ରହଣ କରି କୈଣସି ରିସିଭ କପି ଦେଇନଥିଲେ ବୋଲି କାଞ୍ଚନ ଙ୍କ ସ୍ୱାମୀ ଚେତନ ଅଭିଯୋଗ କରିଛନ୍ତି | ଥାନା ଅଧିକାରୀ କହିଛନ୍ତି ଯେ ଆମେ ତଦନ୍ତ କରି ଆପଣଙ୍କୁ ଜଣାଇବୁ | ଦେଖାଯାଉ ତଦନ୍ତ କେମିତି ହେଉଛି ଆଉ ଅବହେଳା କରିଥିବା ଡାକ୍ତରଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହେଉଛି |
Sign in
Sign in
Recover your password.
A password will be e-mailed to you.