ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ): ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳ ଅନ୍ତର୍ଗତ କୁଣ୍ଡି ପଞ୍ଚାୟତର ବର୍ଷିଆନ ସଂସ୍କୃତିପ୍ରେମୀ ପୁରୁଷ ତଥା ଜଣାଶୁଣା ସାମାଜିକକର୍ମୀ ନିରଞ୍ଜନ ବରାଳଙ୍କ ପରଲୋକ ଘଟିଛି ।ସେ ଜଣେ ବିଶିଷ୍ଟ କଳାକାର ଥିଲେ । ସାହି ମୁରବୀ ଭାବେ ପରିଚିତ ନିରଞ୍ଜନଙ୍କ ପାର୍ଥିବ ଶରୀରକୁ ଗ୍ରାମ୍ୟ ସ୍ମଶାନରେ ଦାହ ସଂସ୍କାର କରାଯାଇଛି । ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ସ୍ବର୍ଗତ ବରାଳଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିବା ସହ ଦିବଂଗତ ଆତ୍ମାର ସଦଗତି କାମନା କରିଥିଲେ ।
ସ୍ବର୍ଗତ ନିରଞ୍ଜନ ବରାଳ ଙ୍କ ଦେହାନ୍ତ ଖବର କୁକୁଡ଼ାଜୟପୁର ଗ୍ରାମବାସୀଙ୍କୁ ମର୍ମାହତ କରିଛି । ସେ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ।ମାହାଙ୍ଗା ,ସାଲେପୁର , ବଡ଼ଚଣା ଆଦି ବିଭିନ୍ନ ଅଞ୍ଚଳରେ ଗଣକବି ବୈଷ୍ଣବ ପାଣିଙ୍କ ବହୁ ଗୀତିନାଟ୍ୟ ପରିବେଷଣ କରି ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଏଥିସହ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅନୁଗାମୀ ଭାବେ ମାହାଙ୍ଗାରେ ସେ ଦୀର୍ଘ 50 ବର୍ଷ ଧରି ବିଭିନ୍ନ ସାମାଜିକ କାର୍ଯ୍ୟରେ ସକ୍ରୀୟ ରହିବା ଦେଖିବାକୁ ମିଳିଥିଲା ।
ସ୍ବର୍ଗତ ବରାଳଙ୍କ ବିୟୋଗରେ ବ୍ଲକ ଚେୟାରମ୍ୟାନ ଦୀପା ମଲ୍ଲିକ, ସମାଜସେବୀ ସତ୍ୟଜିତ କିଶୋର ଦାସ,କୁଣ୍ଡି ସରପଞ୍ଚ ବିଜୟାନନ୍ଦ ସ୍ୱାଇଁ ,କ୍ଷୀରୋଦ ଚନ୍ଦ୍ର ପତି, ପନ୍ନଙ୍ଗ ଭୂଷଣ ଦାସ,ବିରଜା ପ୍ରସାଦ ଦାସ,କ୍ଷୀରୋଦ ବେହେରା ,ପ୍ରଶାନ୍ତ ବେହେରା , ମାଧବାନନ୍ଦ ଦାସ,ଅଜିତ କୁମାର ନାୟକ ,ସାମାଜିକକର୍ମୀ ଅଖିଳେଶ ମହାନ୍ତି,ସମାଜସେବୀ ପ୍ରଶାନ୍ତ ପଟ୍ଟନାୟକ, ମଧୁପୁର ସରପଞ୍ଚ ରବୀନ୍ଦ୍ର ବାଗଙ୍କ ସହିତ କ୍ଲବ୍ ପଲ୍ଲୀରଶ୍ମି ରେଖା କୁଣ୍ଡି ,ମାହାଙ୍ଗା ସାହିତ୍ୟ ମହୋତ୍ସବ କମିଟି,ଗଣକବି ସାଂସ୍କୃତିକ ସାଂସଦ ମାହାଙ୍ଗା ,କୁଣ୍ଡି ମାଳିଛକ ଲକ୍ଷ୍ମୀପୂଜା କମିଟିର କର୍ମକର୍ତ୍ତା ମାନେ ଗଭୀର ଶୋକପ୍ରକାଶ କରିବା ଦେଖିବାକୁ ମିଳିଛି ।
Sign in
Sign in
Recover your password.
A password will be e-mailed to you.
Prev Post