ବ୍ଲକ ଅଧ୍ୟକ୍ଷ ପଦବୀକୁ ନେଇ ଗୋଷ୍ଠୀ ସଙ୍ଘର୍ଷ ।

0

ଅସ୍ତରଙ୍ଗ /ଦୁଃଶାସନ ନାୟକ:ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ନୂତନ ଅଧ୍ୟକ୍ଷ ପଦବୀକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମଙ୍ଗଳବାର ରାତ୍ରରେ ସଙ୍ଘର୍ଷ ଘଟିଥିବା ଜଣାପଡିଅଛି । ଏ ସମ୍ବଧରେ ଅସ୍ତରଙ୍ଗ ଥାନାରେ ପୃଥକ ପୃଥକ ଭାବେ ତିନି ଗୋଟି ମାମଲା ରୁଜ ହୋଇଥିବା ଥାନା ସୂତ୍ରରୁ ଜଣାପଡିଅଛି ।
ପ୍ରକାଶ ଯୋଗ୍ୟ ଯେ, ପାଟଳଦା ସମିତିସଭ୍ୟ ମନ୍ଦାକିନି ଛାଟୋଇ ଙ୍କର ସ୍ୱାମୀ ଶ୍ରୀମାନ ଛାଟୋଇ ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ଯେ , ତାଙ୍କ ସ୍ତ୍ରୀ ମନ୍ଦାକିନିଙ୍କୁ କେତେକ ଲୋକ ଜୋର ଜବରଦସ୍ତ କିଡନାପ କରି ନେଇଛନ୍ତି । ଯାହା ଫଳରେ କି ଆସନ୍ତା ବାର ତାରିଖ ରେ ହେବାକୁ ଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭୋଟ ରେ ରେ ଭାଗ ନେଇ ପାରିବେ ନାହିଁ । ତେଣୁ କରି ତାଙ୍କୁ ଉଦ୍ଧାର କରାଯାଉ । ଅପର ପକ୍ଷରେ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସସ୍ମିତା ଛାଟୋଇ ,ତାଙ୍କ ଅସ୍ତରଙ୍ଗ ବାସଭବନ ଆଗରେ କେତେକ ଲୋକ ଧମକ ଚମକ ଦେବା ସହ ଟେକା ପଥର ତାଙ୍କ ବାସଭାବବନ ଉପରକୁ ଫୋପାଡିବା ନେଇ ଅଭିଯୋଗ କରିଥିବା ବେଳେ,ତପନ ବସ୍ତିଆ ନାମକ ଏକ ଯୁବକ ତାଙ୍କୁ କେତେକ ଯୁବକ ମଙ୍ଗଳ ବାର ରାତ୍ରିରେ ବାଡ଼ିଆ ବାଡ଼ି ତଥା ଆକ୍ରମଣ କରି ଥିବା ଦର୍ଶାଇ ଏକ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି । ଅସ୍ତରଙ୍ଗ ପୋଲିସ ଏହି ତିନୋଟି ଅଭିଯୋଗ ପାଇ ମାମଲା ରୁଜ କରିଥିବା ବେଳେ ଦୁଇ ଗୋଷ୍ଠୀର, ଆଗାମୀ ସଂଘର୍ଷ କୁ ଏଡ଼ାଇବା ଲାଗି ବ୍ୟାପକ ପୋଲିସ ଫୋର୍ସ ସହ, ପୁରୀ ର ଅତିରିକ୍ତ ଏ ସ ପି ପୂର୍ଣଚନ୍ଦ୍ର ପ୍ରଧାନ,ନିମାପଡା ଏସ ଡି ପି ଓ ଦେବାସିସ ମିଶ୍ର ,କୋଣାର୍କ ଥାନା ଆଇ ଆଇ ସି ରଞ୍ଜନ ମଲ୍ଲିକ, ରାମଚଣ୍ଡୀ ଥାନା ଆଇ ଆଇ ସି ଶରତ ଚନ୍ଦ୍ର ନାୟକ , ମେରାଇନି ଥାନା ଆଇ ଆଇ ସି ,ରବୀନ୍ଦ୍ର ସେଠି, ଘଟଣା ସ୍ଥଳରେ ପହଞ୍ଚି, ଅସ୍ତରଙ୍ଗ ଥାନା ଆଇ ଆଇ ସି ,ବାମଦାଵ ନନ୍ଦ ଙ୍କ ନେତୃତ୍ୱରେ ନିଖୋଜଥିବା ସମିତି ସଭ୍ୟ ମାନଙ୍କୁ ଠାବ ନିମନ୍ତେ କେତକ ସ୍ଥାନ ତଲା ସି କରିଥିଲେ ମଧ୍ୟ ସେମାନଙ୍କର ପତା ମିଳି ନ ଥିବା ଜଣାପଡିଅଛି ।ଗୋଷ୍ଠୀ ସଂଘର୍ଷ କୁ ମୁକାବିଲା ତଥା ଏଡାଇବା ପାଇଁ ଅସ୍ତରଙ୍ଗ ବଜାର ସମେତ ତାର ଆଖ ପାଖ ଅଞ୍ଚଳରେ ବ୍ୟପକ ପୋଲିସି ମୁତୟନ କରାଯାଇ ଅଛି ।

Leave A Reply

Your email address will not be published.