“ସଖୀ” ୱାନ୍ ଷ୍ଟପ୍ କେନ୍ଦ୍ର ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ନବଜୀବନ ଅନ୍ଧ ଓ ଉପଶମ କେନ୍ଦ୍ର ଠାରେ “ସଖୀ” ୱାନ୍ ଷ୍ଟପ୍ କେନ୍ଦ୍ର ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ “ସଖୀ” ୱାନ୍ ଷ୍ଟପ୍ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକଙ୍କ ସଭାକାର୍ଯ୍ୟ
ପରିଚାଳନାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ମାନଙ୍କ ଉପରେ ହୋଉଥିବା ଲିଙ୍ଗଗତ ଏବଂ କ୍ଷମତା ଉପରେ ଆଲୋକପାତ କରିଥିଲେ।
ଓଡ଼ିଶା ଜୀବିକା ମିଶନର ଜିଲ୍ଲା ସଂଯୋଜକ ଶ୍ରୀମତୀ ପ୍ରିୟମ୍ବଦା ବିଶୋୟୀ ଅତିଥି ରୂପେ ଯୋଗଦେଇ ମହିଳା ଦିବସର ଉଦ୍ଦେଶ୍ୟ ଓ ବିଭିନ୍ନ ଯୋଜନା ଉପରେ ବର୍ଣ୍ଣନା କରିଥିଲେ।
ଜିଲ୍ଲା ସୁରକ୍ଷା ଅଧିକାରୀ କେ.ସୁନିତା ଯୋଗଦେଇ ବାଲ୍ୟବିବାହ ଓ ପାରିବାରିକ ହିଂସା ଆଇନ ଉପରେ ସାମ୍ୟକ ଧାରଣା ଦେଇଥିଲେ।
ଅନ୍ୟତମ ଅତିଥି ସାରଳା ପାତ୍ର ଝିଅ ଓ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ଉପରେ ଆଲୋକପାତ କରିଥିଲେ।
ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଶ୍ରୀମତୀ ଅଳକା ସାହୁ , ଶିବାନୀ ପାଣିଗ୍ରାହୀ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ବିଦ୍ୟାଳୟ , ମହାବିଦ୍ୟାଳୟ , ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ଝୋଟି ,ପିଠା ,ହୁଳହୁଳି , ପ୍ରବନ୍ଧ , ବକ୍ତୃତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଚାଇଲ୍ଡଲାଇନର କର୍ମୀ ଲକ୍ଷ୍ମୀ ଗଉଡ , ତପସ୍ୱନୀ ପ୍ରମୁଖ ଉପସ୍ଥିତ ଥିଲେ। ମୀନା କୁମାରୀ ଟହଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁନିତା ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
କେନ୍ଦ୍ରର ସୁନିତା ରଥ , ସୁପ୍ରଭା ସାହୁ , ମୋହିନୀ ପ୍ରଧାନ , ପ୍ରଣତୀ ଦାନ , ହରିକୃଷ୍ଣ ଚୌଧୁରୀ ମୋନାଲିସା ବେହେରାଙ୍କ ସମେତ କେନ୍ଦ୍ରର କର୍ମକର୍ତା ମାନେ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.