ଗଜପତି ଜିଲ୍ଲା ସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ମହାରାଜା ଶ୍ରୀ ଗୌରଚନ୍ଦ୍ର ଗଜପତି ସଭାକକ୍ଷ ଠାରେ ଗଜପତି ଜିଲ୍ଲା ସ୍ତରୀୟ ଲୋକ ନୃତ୍ୟ ପ୍ରତଯୋଗୀତା ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଓ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଗଜପତି ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼. ମୁର୍ମୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଆୟୋଜିତ ପ୍ରତିଯୋଗିତାର ଉଦ୍ଦେଶ୍ୟ ଜ୍ଞାପନ କରି ଏହା ଏକ ବିଷୟ ଭିତିକ ଲୋକ ନୃତ୍ୟ ପ୍ରତିଯୋଗିତା ଯାହା ମାଧ୍ୟମରେ ପୁଅ ଓ ଝିଅ ମାନଙ୍କର ସମାନ ଅଧିକାର, ଅବହେଳିତ ବୃଦ୍ଧା ମାନଙ୍କୁ ସମ୍ମାନ ଦେବା ଓ ଯତ୍ନ ନେବା , ପରିବେଶକୁ ସୁରକ୍ଷିତ ରଖିବା , ନିଶା ସେବନର କୁ-ପ୍ରଭାବ ଭଳି ବିଭିନ୍ନ ବିଷୟରେ ବାର୍ତ୍ତା ପ୍ରେରଣ କରିବା ପାଇଁ ଉପଯୁକ୍ତ ପ୍ରୟାସ ବୋଲି କହିଥିଲେ।
ଡ଼. ମୁର୍ମୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା , ବିଶିଷ୍ଟ ସଂଗୀତକାର ଗୁରୁ ରଘୁନାଥ ପାତ୍ର ବିଚାରକ ଭାବେ ଯୋଗ ଦେଇଥିଲେ।
ଏହି ପ୍ରତିଯୋଗିତାରେ ଜିଲ୍ଲାର ୯ ଟି ଉଚ୍ଚ ବିଦ୍ୟାଳୟର ଛାତ୍ର /ଛାତ୍ରୀ ଓ ସହାୟକ ଶିକ୍ଷକ /ଶିକ୍ଷୟତ୍ରୀ ଯୋଗଦେଇଥିଲେ ସେମାନଙ୍କ ମଧ୍ୟରୁ ସରକାରୀ ଉଚ୍ଚ ବିଦ୍ୟାଳୟ , ସେରଙ୍ଗ (ଗୁମ୍ମାବ୍ଲକ୍) ର ପ୍ରତିଯୋଗୀ ମାନେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇ ପୁରସ୍କୃତ ହୋଇଛନ୍ତି।
ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ହରିହର ଦାସ ସ୍ୱାଗତ ଭାଷଣ ଦେବା ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରତିଯୋଗିତାକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ପରିଚାଳନା କରିଥିଲେ।

Leave A Reply

Your email address will not be published.