ଭଞ୍ଜନଗର, : ଭଞ୍ଜନଗର ବ୍ଳକ୍ ଗାଲେରୀ ଗ୍ରାମର ସ୍ବର୍ଗତ ନରସିଂହ ବେହେରାଙ୍କ ପୁଅ ବିଏସ୍ଏଫ୍ ଯବାନ ରବିନ୍ଦ୍ର ସାହୁଙ୍କ ଗତ ୬ ତାରିଖ ଦିନ ମଣିପୁର ଠାରେ ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ ମୃତ୍ୟୁ ଘଟିଥିଲା। ବେଳେ ଆଜି ତାଙ୍କର ମୃତଦେହ ଗ୍ରାମରେ ପହଞ୍ଚିଛି। ପ୍ରଥମେ ପରିବାର ଲୋକଙ୍କ ନିକଟକୁ ନିଆଯିବା ପରେ ଗ୍ରାମ ପରିକ୍ରମା କରି ଏକ ବିରାଟ ଶୋଭାଯାତ୍ରାରେ ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ବିଏସ୍ଏଫ୍ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରି ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା।
ସୂଚନା ଅନୁଯାୟୀ,ରବିନ୍ଦ୍ର ୧୯୯୪ ମସିହାରୁ ବିଏସ୍ଏଫ୍ରେ ନିଯୁକ୍ତି ପାଇଥିବା ବେଳେ ବର୍ତ୍ତମାନ ତ୍ରିପୁରା ଠାରେ ନିୟୋଜିତ ଥିଲେ। ଗତ ମାସରେ ତାଙ୍କର ନିର୍ବାଚନ ଡ୍ୟୁଟି ପଡିବାରୁ ମଣିପୁରକୁ ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ପରିବାର ଲୋକଙ୍କୁ ଦିଆଯାଇଥିଲା। ବିଏସ୍ଏଫ୍ ଯବାନ ମାନେ ଏକ ଆର୍ମି ଟ୍ରକ୍ରେ ଆଜି ଭୋର୍ ସମୟରେ ରବିନ୍ଦ୍ରଙ୍କ ଶରୀରକୁ ନେଇ ଗାଲେରୀ ଠାରେ ପହଞ୍ଚିଥିଲେ। ଗାଲେରୀ ଫାଣ୍ଡି ଠାରୁ ଏନ୍ସିସି ଛାତ୍ରଛାତ୍ରୀଙ୍କ ସମେତ ଶତାଧିକ ଲୋକଙ୍କ ଉପସ୍ଥିତ ରହି ରବିନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ଚତୁଃ ଦିଗରେ ଯବାନ ରବିନ୍ଦ୍ର ଅମର ରହେ, ଅମର ରହେ,,, ଧ୍ବନିରେ କମ୍ପି ଉଠୁଥିଲା। ବିଶାଳ ଶୋଭାଯାତ୍ରାରେ ପାର୍ଥୀବ ଶରୀରକୁ ପ୍ରଥମେ ତାଙ୍କ ବାସଭବନକୁ ଅଣାଯାଇଥିଲା। ସେଠାରେ କିଛି ସମୟ ପରିବାର ବର୍ଗଙ୍କ ନିକଟରେ ରଖାଯାଇଥିଲା। ପରିବାରବର୍ଗଙ୍କ ସମତେ ବନ୍ଧୁ ଓ ଅଞ୍ଚଳବାସୀଙ୍କ ଶେଷଦର୍ଶନ ପରେ ଯବାନମାନେ ପାର୍ଥୀବ ଶରୀରକୁ ଶୋଭାଯାତ୍ରାରେ ନେଇଥିଲେ। ପରେ ପୁଣି ଗ୍ରାମରେ ଶୋଭାଯାତ୍ରା କରି ଗାଲେରୀ ଗ୍ରାମ ନିକଟ କେଳା ପଡିଆ ଶ୍ମଶାେଠନକୁ ନିଆଯାଇଥିଲା ସେଠାରେ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର,ଫାଣ୍ଡି ଅଧିକାରୀ ଚନ୍ଦ୍ରଶେଖର ବେହେରା,ଅବସରପ୍ରାପ୍ତ ସେନା ଅଧିକାରୀ ରବିନ୍ଦ୍ର ଶତପଥୀ,ବିଏସ୍ଏଫ୍ ଅଧିକାରୀ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ବିଏସ୍ଏଫ୍ ଯବାନଙ୍କ ଦ୍ବାରା ସେଠରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ୨୧ ତୋପ ସଲାମି ଦିଆଯାଇଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏଥିସହ ତ୍ରିରଙ୍ଗା ପତକାକୁ ଯବାନମାନେଶ ପ୍ରଶାନ୍ତ ପରିବାର ଲୋକଙ୍କୁ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post