ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଢଙ୍ଗି:ନିଶ୍ଚିନ୍ତକୋଇଲି ବ୍ଲକ ଝାଡେଶ୍ୱରପୁର ଗ୍ରାମ ପଞ୍ଚାୟତ କୁଶମଣ୍ଡଳ ଠାରେ ଚାନ୍ଦ ଆଥଲେଟିକ କ୍ଲବ ଆନୁକୂଲ୍ୟରେ ପ୍ରଥମ ବାର୍ଷିକ ନାଇଟ ଧମାକା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ଏଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବହୁ ପୂର୍ବରୁ ଅନୁଷ୍ଠିତ ହୋଇ ଆସୁଥିଲା, ମାତ୍ର ପ୍ରଥମ କରି କ୍ଲବର ସଦସ୍ୟ ମାନଙ୍କ ଉଦ୍ୟମରେ ରାତ୍ର ମ୍ୟାଚ ଆୟୋଜନ କରାଯାଇଥିଲା | ଉଜ୍ବଳ ଆଲୋକରେ ଷ୍ଟାଡ଼ିଅମ ଆଲୋକିତ ସାଙ୍ଗକୁ ବହୁ ସଂଖ୍ୟକ କ୍ରିକେଟ ପ୍ରେମୀଙ୍କ ଉପସ୍ଥିତି ଏକ ଭିନ୍ନ ପ୍ରକାର ର କ୍ରିକେଟ ପରିବେଶ ସୃଷ୍ଟି କରିବା ସାଙ୍ଗକୁ ଦର୍ଶକ ଙ୍କ ପାଇଁ ଭରପୁର ଖୋରାକି ଯୋଗାଇଥିଲା | ବହୁ ଦୂର ଦୁରାନ୍ତର ଟିମ ଗୁଡିକ ଭାଗ ନେଇ ବେଶ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ ଏବଂ ପ୍ରତି ମ୍ୟାଚ ରେ ମ୍ୟାନ ଅଫ ଦି ମ୍ୟାଚ ଓ ହ୍ୟାଟ୍ରିକ ଛକା ଓ ଚୌକା ଓ ଛକା ପାଇଁ ନଗଦ କ୍ୟାସ ପ୍ରାଇଜ ଖେଳକୁ ଆହୁରି ରୋମାଞ୍ଚ କରିଥିଲା | ଏହି ଟୁର୍ଣ୍ଣାମେଣ୍ଟର ବିଶେଷତ୍ତ୍ୱ ହେଲା ଆଠଗୋଟି ଦଳ ମଧ୍ୟରୁ ଲାଇଅନ୍ସ କ୍ଲବ ଓ ଆଯାଦ କ୍ଲବ ଫାଇନାଲ ମ୍ୟାଚ ଖେଳିବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ | ଶେଷ ମ୍ୟାଚ ରେ ଆଜାଦ କ୍ଲବ ଟସ ଜିତି ବ୍ୟାଟିଂ କରି ଛୟାନବେ ରନ କରିଥିବା ବେଳ, ଲାୟନ୍ସ କ୍ଲବ ନିର୍ଦ୍ଧାରିତ ଓଭର ମଧ୍ୟରେ ମାତ୍ର ଏକସଠି ରନ କରିବାକୁ ସକ୍ଷମ ହୋଇଥିଲା. ଆଜାଦ କ୍ଲବ ପଇଂତିରିଶି ରନ ରେ ମ୍ୟାଚ ଜିତିଯାଇଥିଲା | ପରେ ପରେ ଅଫିସିଆଲ ଭାବରେ ଆଜାଦ କ୍ଲବ କୁ ଚାମ୍ପିଅନ ଓ ଲାଇଅନ୍ସ କ୍ଲବ କୁ ରନର୍ସ ଅପ ଘୋଷଣା କରାଯାଇ ଉଭୟ ଦଳକୁ ଟ୍ରଫି ପ୍ରଦାନ କରା ଯାଇଛି | ଏହି କ୍ରୀଡା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ବିଭୁତି ଭୁଷଣ ଷଣ୍ଢ ଯୋଗଦେଇଥିବା ବେଳେ ନିମନ୍ତ୍ରିତ ଅତିଥି ଭାବେ ଝାଡେଶ୍ୱରପୁର ସରପଞ୍ଚ ଅନିଲ ଦଳେଇ, ପୂର୍ବତନ ସରପଞ୍ଚ ବିଭୁତି ଚରଣ ଦାସ, ସମିତି ସଭ୍ୟ ଆନନ୍ଦ ଦାସ ଓ ଅବଦୁଲ ରସୀଦ ଖାନ, ମିର୍ଜା ବେଗ, ଶରତ କୁମାର ଦାସ ଯୋଗଦେଇଥିଲେ | ଅତିଥିମାନେ ଉଭୟ ଦଳକୁ ସେମାନଙ୍କର ଟ୍ରଫି ପ୍ରଦାନ କରିଛନ୍ତି | ମ୍ୟାନ ଅଫ ଦି ମ୍ୟାଚ ପ୍ରାଇଜ ଶିବପ୍ରସାଦ ଙ୍କ ସପକ୍ଷରେ ଯାଇଥିବା ବେଳେ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ଟ୍ରଫି ମହମଦ ଇରଫାନ ହାସଲ କରିଛନ୍ତି | ଅନୁଷ୍ଠାନ ତରଫରୁ ଅବଦୁଲ ବେଗ, ଏମ. ଖାନ, ଏ. ଇ ଖାନ ଓ ସମସ୍ତ ସଦସ୍ୟ ମାନେ ଦର୍ଶକ ମାନକୁ ସେମାନଂକ ଉପସ୍ଥିତି ପାଇଁ ଧନ୍ୟବାଦ ଜଣାଇଛନ୍ତି. ମ୍ୟାଚ ପରିଚାଳନା କରିବାରେ ମୀର ଇମ୍ରାନ, ଆଶିକ, ଶୋହେଲ ଓ ଏମ ଖାନ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.