ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଅଲଡ଼ା (କାଶୀନଗର ବ୍ଲକ) ଏବଂ ଡ଼କ୍ଟର ଗଣପତି ସାବତ ଫାଉଣ୍ଡେସନ (ଏନ୍ ସି ସ୍ ଟି ସି) ଆନୁକୁଲ୍ୟରେ ଜାତୀୟ ବିଜ୍ଞାନ ଦିବସ ପାଳନ ସହ ଏକ ବିଶେଷ କର୍ମଶାଳା ଅନୁଷ୍ଠିତ ହୋଇରିଛି।
ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସନ୍ତୋଷୀନି ପାଢ଼ୀ ଅଧ୍ୟକ୍ଷତା କରିଥିବା ବେଳେ ଫାଉଣ୍ଡେସନର ମୁଖ୍ୟ ଡକ୍ଟର ଗଣପତି ସାବତ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ପ୍ରଧାନ ଶିକ୍ଷକ ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ (ଗଜପତି) ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା
ପ୍ରମୁଖ ମଞ୍ଚାସୀନ ଥିଲେ।
ମୁଖ୍ୟ ଅତିଥି ଶ୍ରୀ ଜେନା ଜାତୀୟ ଭାବନା ୨୦୨୨ର ଉଦ୍ଦେଶ୍ୟ “”ପୋଷଣୀୟ ଭବିଷ୍ୟତ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସମ୍ମିଳିତ ପ୍ରୟାସ”” ସଂପର୍କରେ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ। ସୋମବାର ଦିନ ଥିଲା ଏହି କର୍ମଶାଳାର ତୃତୀୟ ଏବଂ ଶେଷ ଦିବସ।
କାର୍ଯ୍ୟକ୍ରମ ଶେଷରେ ଗୀତ , ନୃତ୍ୟ , ଅଭିନୟ ସାଙ୍ଗକୁ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶିକ୍ଷୟତ୍ରୀ ନମିତା ପ୍ରଧାନ , ଶିକ୍ଷକ ମାନସ ରଞ୍ଜନ ଡାକୁଆ , ବିକାଶ ସାହୁ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post