ରାସ୍ତା ଶୋଚନୀୟ, ଯାତାୟାତରେ ବାଧା

0

ଗଣିଆ,(ନୟାଗଡ଼): ଗଣିଆ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପଛପାଖରେ ଗଣିଆ ତୋଟାସ।ହି କୁ ସଂଯୋଗ କରୁଥିବା କଂକ୍ରିଟ୍ ରାସ୍ତା ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ପଡିଛି । ରାସ୍ତାରୁ ସିମେଣ୍ଟ କଂକ୍ରିଟ୍ ସଂପୂର୍ଣ୍ଣ ଉଠିଯାଇ ରାସ୍ତା ମଝିରେ ବଡ ଖାଲରେ ପରିଣତ ହୋଇଗଲାଣି। ବଡ ବଡ ଗାଡି ଯିବାରୁ ଉକ୍ତ ରାସ୍ତାଟି ଧସି ଯାଇ ସିମେଣ୍ଟ କଂକ୍ରିଟ୍ ମାଟିରେ ପରିଣତ ହେଲାଣି। ସେହି ରାସ୍ତାରେ ଯିବା ଆସିବା କଲାବେଳେ ଅନେକ ଅସୁବିଧା ପରିଲିକ୍ଷିତ ହେଉଛି । ବିଶେଷକରି ଛାତ୍ରଛାତ୍ରୀମାନେ ସେହି ବାଟ ଦେଇ

ଯାତାୟାତ କରୁଥିବା ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଉକ୍ତ ରାସ୍ତାଟି ଗଣିଆ-ଛାମୁଣ୍ଡିଆ ମୁଖ୍ୟ ରାସ୍ତା ସହିତ ସଂଯୋଗ ହୋଇଥିବାରୁ ଠିକ୍ ବୁଲାଣି ପାଖରେ ରାସ୍ତାଟି ଭାଙ୍ଗି ରୁଜି ଯାଇଛି । ଫଳରେ ବୁଲାଣି ଗାଡି ସ୍କ୍ରିପ୍ ହୋଇ ଦୁର୍ଘଟଣାର ଶିକାର ହେଉଛନ୍ତି। ପ୍ରତିଦିନ ଏଠାରେ ଛୋଟମୋଟ ଦୁର୍ଘଟଣା ହେଉଛି। ପ୍ରଶାସନିକ ଅଧିକାରୀମାନେ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିଲେ ମଧ୍ୟ ରାସ୍ତା ମରାମତି କଥା କେହି ବି ଚିନ୍ତା କରୁନାହାନ୍ତି। ଉକ୍ତ ରାସ୍ତା ଦୁରନ୍ତ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.