ବରଗଡ :- ଆଜି ପାଇକମାଲ ଝାରବନ୍ଧ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଶେଷ ଦିନ । ଆଜି ସନ୍ଧ୍ୟା ଛଅଟା ପରେ ପ୍ରଚାର ବନ୍ଦ ହୋଇଯିବ । ଇତି ମଧ୍ୟରେ ନିଜର ଦଳୀୟ ପ୍ରାର୍ଥୀ ମାନଙ୍କୁ ବିଜୟୀ କରାଇବା ପାଇଁ ସମସ୍ତ ଦଳ ଲାଗି ପଡିଛନ୍ତି । ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଜଗଦଲପୁର ଭଣ୍ତାରପୁରୀ ଅଂଚଳର ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥି ସନ୍ତୋଷ ବେହେରାଙ୍କ , ଲୋକପ୍ରିୟତା , ଧୁଆଁଧାର ପ୍ରଚାର ବିରୋଧି ଦଳର ଆଖିରୁ ନିଦ ନିଦ ହଜାଇ ଦେଇଛି। ଗତ ପଂଚାୟତ ନିର୍ବାଚନ ରେ ଏହି ଆସନରୁ ବିଜେପି ଜିତିଥିବା ବେଳେ ଏବେ ଚିତ୍ର ପୁରା ଓଲଟା।ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ଶ୍ରୀ ବେହେରା ଲୋକଙ୍କର ସହିତ ପ୍ରତକ୍ଷ ଭାବରେ ଜଡିତ ରହି ଚାଷୀମାନଙ୍କ ସମସ୍ୟା,ବ୍ଲକ ସ୍ତରୀୟ କାମରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ସହଯୋଗ କରିଥାନ୍ତି। ସେ ଜଣେ ଖେଳାଳି ଭାବରେ ଯୁବଗୋଷ୍ଠୀ ସହିତ ବେଶ ପରିଚିତ। ସମସ୍ତ ବର୍ଗର ଲୋକମାନଙ୍କ ସହ ଉତ୍ତମ ସଂପର୍କ ଥିବାରୁ ପ୍ରତ୍ୟେକ ଗ୍ରାମରେ ସେ ଜଣେ ପରିଚିତ ଚେହେରା ହୋଇଛନ୍ତି ।ତାଙ୍କର ପ୍ରଚାର ଶୈଳି ଓ ପରିଶ୍ରମ ଭୋଟରଙ୍କୁ ଆକୃଷ୍ଟ କରିଛି।ନାମାଙ୍କନ ପତ୍ର ସମୟରେ ତାଙ୍କର ବିଜୟର ଆଭାସ ଦେଖାଯାଇଥିଲା।ତେଣୁ ବିରୋଧି ଦଳ ତାଙ୍କ ଉପରେ ଅଧିକ ଧ୍ୟାନ ଦେଉଥିବାର ଦେଖାଯାଇଛି।ତାଙ୍କୁ ପରାଜିତ କରିବାକୁ ବିରୋଧି ସମସ୍ତ ଶକ୍ତି ଉକ୍ତ ଜୋନରେ ଖର୍ଚ୍ଚ କରୁଛି ବୋଲି ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ଇତି ମଧ୍ୟରେ ସନ୍ତୋଷ ଙ୍କୁ ମାତ ଦେବା ପାଇଁ ପ୍ରତ୍ୟେକ ଦିନ ପଡୋଶୀ ଛତିଶଗଡର ଅନେକ ନେତା ଏହି ଯୋନରେ ବୁଲୁଥିବା ଲକ୍ଷ କରାଯାଇଛି । ଅନେକ ତ ଡେରା ପକାଇଛନ୍ତି । ସମସ୍ତ ବିରୋଧି ଶକ୍ତି ଏକତ୍ରୀତ ହୋଇ ଜଣେ ଯୁବନେତାକୁ ହରାଇବା ପ୍ରୟାସ ପରୋକ୍ଷରେ ତାଙ୍କୁ ବିଜୟ କରିବାକୁ ଖୋରାକ ଯୋଗାଉଛି। ବିରୋଧିର ପ୍ରଚାର ମୋ ପାଇଁ ଆଶିର୍ବାଦ ହେବ।ମୋତେ ହରାଇବାକୁ ମୋର ନାମରେ ପ୍ରଚାର କରି ମୋତେ ବିଜୟୀ କରିବା ପଥ ପରିଷ୍କାର କରୁଛନ୍ତି । ତେଣୁ ବିରୋଧି ଗୋଷ୍ଠିଙ୍କ କାର୍ଯ୍ୟକଳାପ ମୋର ଓ ବିଜୁ ଜନତା ଦଳର କୌଣସି କ୍ଷତି କରିବ ନାହିଁ । ସମସ୍ତ ଭୋଟରଙ୍କ ଆଶିର୍ବାଦ ମୋ ଉପରେ ଅଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ମନ୍ତ୍ରୀ ସୁଶାନ୍ତ ସିଂହ,ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଓ ସମସ୍ତ ବିଜେଡି କର୍ମୀ,ଜନସାଧାରଣଙ୍କ ଆଶିର୍ବାଦ ନେଇ ମୁଁ ନିର୍ବାଚନ ଲଢୁଛି ବୋଲି ବଜେଡି ଜିଲ୍ଲା ପରିଷଦ ପ୍ରାର୍ଥି ସନ୍ତୋଷ ବେହେରା କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.