କେନ୍ଦୁଝର/ସିଦ୍ଧେଶ୍ୱର ସାହୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାର ଅସ୍ଥିଶଲ୍ୟ ମହିଳା ୱର୍ଡର 61 ନଂ ବେଡ୍ ରେ ସୁଦୂର ତେଲକୋଇ ଅଞ୍ଚଳ ରୁ ଆଦିବାସୀ ଝିଅ ଟିଏ ଅସି ଚିକିତ୍ସିତ ହେଉଛି। ପାୟ 6 ମାସ ତଳେ ସେ ଘରେ ପଡି ଯିବା ରୁ ଅଣ୍ଟାରେ ଆଘାତ ପାଇଥିଲା। ଅର୍ଥ ଅଭାବରୁ ଚିକିତ୍ସା କରି ନ ପାରି ସେ ଘରେ ପଡି ରହି ଥିଲା କ୍ରମେ ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ଗଣମାଧ୍ୟମ ରୁ ସୂଚନା ପାଇ ଜିଲ୍ଲା ପ୍ରଶାସନ ତାକୁ ଏହି 10ତାରିଖ ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣି ଚିକିତ୍ସା କରୁଛି। ତେବେ ଶରୀରରେ ହିମୋଗ୍ଲୋବିନ ମାତ୍ର କମ୍ ଥିବାରୁ ଗଣମାଧ୍ୟମ ସିଦ୍ଧେଶ୍ୱର ସାହୁଙ୍କ ନେତତ୍ୱରେ 3 ଜଣ ରକ୍ତ ଦାନ କରି ସାରିଲେଣି। ଝିଅଟି କଲେଜରେ ପାଠ ପଢ଼ଥିବାବେଳେ ପୁଣି ସେ କେଉଁ ଦିନ କଲେଜ ଯିବ ସେ ଚିନ୍ତା ରେ ବଡ ରେ ବ୍ୟତିବ୍ୟସ୍ତ ହେଉଛି। ତା ଅବସ୍ଥା ଦେଖିଲେ ଲୋକ ଙ୍କ ଆଖି ରେ ପାଣି ଆସି ଯିବ। ଏବେ ସେ ବେଡ୍ ରେ ଥିଲେ ମଧ୍ୟ ତା ଅଣ୍ଟା ପଛ ପଟରେ ଘା ହୋଇ ଗଲାଣି। କେନ୍ଦୁଝର ମୁଖ୍ୟ ଡାକ୍ତରଖାନା ରେ ରବିବାର ଡାକ୍ତର ଆସନ୍ତିନି ଅସ୍ଥିଶିଲ୍ୟ ବିଭାଗ ରେ ଅଣ୍ଟା ମେରୁଦଣ୍ଡ ଆଘାତ ପରି ଚିକିତ୍ସା ଲାଗି ମଧ୍ୟ୍ୟ କିଛି ବ୍ୟବସ୍ଥା କରିବାକୁ ଦାବି ହେଉଛି। ବିଭିନ୍ନ ସଙ୍ଗଠନ ମାନେ ସାହାଯ୍ୟ ଲାଗି ଆଗେଇ ଆସୁଛନ୍ତି ଜନତା ମଧ୍ୟ ସହଯୋଗ କରୁଛନ୍ତି। ରୁନୁ ଲାଗି ରକ୍ତ ଦାନ କରିଥିବା ବ୍ୟକ୍ତି ମାନେ ହେଲେ ସିଦ୍ଧେଶ୍ୱର ସାହୁ, ବିଦ୍ୟାଧର ମହାନ୍ତ ରାଜେଶ ରଞ୍ଜନ ସାହୁ ଜିଲ୍ଲା ପ୍ରଶାସନ ପାଖରେ ଦାବୀ କରିଛନ୍ତି କି ତୁରନ୍ତ ଆଉଟଡୋର୍ ନ କରି ଝିଅ କୁ କଟକ ଭୁବନେଶ୍ୱର ନେଇ ଡି.ଏମ.ଏ ଫ ପାଣ୍ଠିରୁ ଉପଯୁକ୍ତ ଚିକିତ୍ସା ସୁବିଧା କରାଯାଉ। ସଙ୍ଗଠନ ମନେ ଝିଅ ଚିକିତ୍ସା ଲାଗି ଏକ ଫୋନ ନମ୍ବର 9827114729 ଜାରି କରିଛନ୍ତି କି ଲୋକ ଆର୍ଥିକ ସହାୟତା ଦେଇ ପରିବେ।
Sign in
Sign in
Recover your password.
A password will be e-mailed to you.