ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୮ ତମ ଜନ୍ମଜୟନ୍ତୀ

0

ଭୁବନେଶ୍ୱର – ପୂର୍ବତନ ବିଧାୟକ, ଯୁବନେତା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୮ତମ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମ ଆଜି ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଭୁବେନେଶ୍ୱର ୟୁନିଟ୍-୯ ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ପାଳିତ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ମୃତି କମିଟିର ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତି ଅଧ୍ୟକ୍ଷତା କରିଥିଲେ ଏବଂ ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭଉଦଘାଟନ କରିଥିଲେ । ଉପସ୍ଥିତ ଅତିଥି ମାନଙ୍କୁ ସ୍ୱର୍ଗତ ଲୁଲୁ ବାବୁଙ୍କ ଜୀବନୀ, ବ୍ୟକ୍ତିତ୍ୱ ଓ ଆଦର୍ଶକୁ ଆଜିର ଯୁବ ସମାଜ ଅନୁକରଣ କରିବାକୁ ଶ୍ରୀ ହରିଚନ୍ଦନ ଆହ୍ୱାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସୁରେଶ କୁମାର ରାଉତରାୟ, ମନୋରଞ୍ଜନ ଦାଶ, ଶ୍ରୀନିବାସ ରାଉତରାୟ, ଆଲୋକ ମହାନ୍ତି, ମାନସ ଆଚାର୍ଯ୍ୟ, ତରୁଣକାନ୍ତ ମିଶ୍ର, ଘନଶ୍ୟାମ ମହାନ୍ତି, ମନୋଜ ସାହୁ, କୀର୍ତନାନନ୍ଦ ଦାସ, ସୁଦୀପ ସାମଲ, ହିମାଂଶୁ ଲେଙ୍କା, ପ୍ରଦୀପ ନାୟକ, ସରୋଜ ପରିଡ଼ା, ମନତୋଷ ମହାପାତ୍ର, ନିରଞ୍ଜନ ରାଉତ, ଦେବଦତା ଜେନା, ବିଂରଚି ପ୍ରଧାନ, ସୁବଳ ନାୟକ, ମଙ୍ଗୁଳି ଶତପଥି, ସରୋଜ ରାୟ, ତୋଫାନ ସ୍ୱାଇଁ, ଅକ୍ଷୟ ଦାସ, ରମାକାନ୍ତ ପରିଡା, ଗଗନ ସ୍ୱାଇଁ, ଦିଲ୍ଳୀପ ସ୍ୱାଇଁ, ଦେବାଶିଷ ଭୂୟାଁ, ମଂଟୁ ମଲ୍ଲିକ, ଜୟକୃଷ୍ଣ ସୁବଦ୍ଧି, ଖଗେଶ୍ୱର ମଲ୍ଲିକ, ପ୍ରମୁଖ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ମୃତି କମିଟିର ସାଧାରଣ ସଂପାଦକ ଦୀପକ କୁମାର ସାହୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.