କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସ୍ଥାନୀୟ ପୁଲିସ କୁ ମିଳିଛି ବଡ଼ସଫଳତା ୫ ଜଣ ନକଲି ମାଓବାଦୀ କୁ କଲା ଗିରଫ ସେ ମାନେ ହେଉଛନ୍ତି ସେସଖାଲ ପଞ୍ଚାୟତ ହାଣ୍ଡିପାଡୁ ଗାଁର ଗୋପାଳ ମଣ୍ଡିଆ ସାହୁ ୩୪,କାଶୀପୁର ବ୍ଲକ କଞ୍ଜ।ଙ୍ଗମାଣ୍ଡିଗାଁ ବାଲି ମାଝି୪୨, ଟିକିରି ରାମଗୁଡା ଗାଁର ସୀମାଞ୍ଚଳ ମାଝୀ,୫୦,ଦୁଡୁକାବାହାଲ ଗାଁ ସନ୍ତୋଷ ରୟ ୩୩,ହରିଜନ ସାହି ର ଜୟନ୍ତ ନାୟକ ୩୧,କୁ ସ୍ଥାନୀୟ ପୁଲିସ ଓ ଏସ ଡି ପିଇଓ ଦେବଜ୍ୟୋତି ଦାସ ମିଳିତରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗିରଫ କରି କେସ ନମ୍ବର ୧୩/୨୨ ଦଫା ୧୨୦-ବି/୪୩୫/୪୩୬/୩୪ ଆଇପିସି ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ପୂର୍ବରୁ
ଏମାନଙ୍କ ବିରୁଦ୍ଧରେ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି ।ଠିକାଦାର ମାନଙ୍କୁ ନିଜକୁ ମାଓବାଦୀ କହି ଫୋନ ମାଧ୍ୟମରେ ଧମକ ଦେଇ ଚାନ୍ଦା ଆଦାୟ କରିବା ନକଲି ମାଓ ପୋଷ୍ଟର ମାରିବା ଭଳି ବିଭିନ୍ନ କାର୍ଯ୍ୟ ରେ ସମ୍ପୁକ୍ତ ଥିବା ପୁଲିସ କହିଛି । ପ୍ରକାଶ ଥାଉକି ଜାନୁଆରୀ୨୨ ତାରିଖରେ
ତିନୋଟି ସ୍ଥାନରେ ମାଓ ବ୍ୟାନର ଲାଗିଥିବା ବେଳେ କ୍ୟାମ୍ପର ଟ୍ରଲି ଗାଡିକୁ ପଡିଥିବା ଦେଖିବାକୁ ମିଳିଥିଲା। ଗତ ରାତ୍ରରେ ଏକ ବାଇକ ରେ ଦୁଇ ଜଣ ଯୁବକ ଆସି ବୁଡ଼ାଗୁଡା କ୍ୟାମ୍ପରେ ଥିବା ଟ୍ରଲି ଗାଡି ନିଆଁ ଲଗାଇ ଦେଇଥିଲେ ।ଗାଡି ଜଳିବା ଶବ୍ଦ ଶୁଣି କ୍ୟାମ୍ପରେ ସୋଇଥିବା ପିଅନ ଉଠି ଗାଡି ଲିଭାଇବା ପାଇଁ ପ୍ରୟାସ କରିବା ବେଳେ ଏକ ବାଇକରେ ଦୁଇ ଯୁବକ କୁ ଦେଖିଥିଲେ । ଏବ ଗାଁକୁ ଯାଇ ପାଟି କରିବାରୁ ଗ୍ରାମବାସୀ ଆସି ନିଆକୁ ଲିଭାଇଥିଲେ । ସେହି ସମୟରେ ଉକ୍ତ ରାସ୍ତା କ୍ୟାମ୍ପରେ ଏକ ବ୍ୟାନର, ସିକରପାଇ ବଟଗଛ ଓ କଲ୍ୟାଣସିଂ ହପୁର ତହସିଲଦାର କାର୍ଯ୍ୟାଳୟ ଫାଟକରେ ସମୁଦାୟ ତିନୋଟି ବ୍ୟାନର ମିଳିଥିଲା ।।ଉକ୍ତ ବ୍ୟାନରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓ ବାଦୀ ଉଲେଖ ରହିଥିଲା ଯେ ସାଥି ଭାଇଙ୍କୁ ହଇରାଣ କରୁଛନ୍ତି ।ସେଥିପାଇଁ ଆମେ ରାସ୍ତାକୁ ବାହାରିବା ପାଇଁ ପ୍ରସ୍ତୁତ ହେଲୁ, ୱାର୍ଡ ସଭ୍ୟ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ଦଲାଲ କାମ କରୁଛି ଠିକ କାମ ନକଲେ ହତ୍ୟା କରାଯିବ।ଆଡିବନ୍ଧ କେନାଲ,ପୋଖରୀ ଇତ୍ୟାଦି କାମକୁ
ବିରୋଧରେ ଉଲେଖ କରିଥିଲେ । ଉକ୍ତ ଘଟଣାକୁପୁଲିସ ଗୁରୁତ୍ୱ ଭାବରେ ନେଇ ତଦନ୍ତଜାରି ରଖିଥିବା ବେଳେ ଆଜି ୫ନକଲି ମାଓବାଦୀ କୁ ଗିରଫ କରି ବଡ଼ ସଫଳତା ମିଳିଛି ।
Sign in
Sign in
Recover your password.
A password will be e-mailed to you.