କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ମନ୍ତବ୍ୟ ଡାହା ମିଛ: ବିଜେଡି

0
  • ଆକ୍ରମଣ କରିନଥିଲେ ତ ହାଇକୋର୍ଟରୁ ଜାମିନ କ’ଣ ପାଇଁ ?

  • କେନ୍ଦ୍ରମନ୍ତ୍ରୀଙ୍କ ଆରୋପ ରାଜନୈତିକ ଓ ନୈତିକତା ଦୃଷ୍ଟିରୁ ନିମ୍ନ ସ୍ତରର

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଆଜି ତାଙ୍କର ବିବୃତ୍ତି ଜରିଆରେ ଯେଭଳି ମିଥ୍ୟା ତଥ୍ୟ ରଖିଛନ୍ତି ତାହା ଡାହା ମିଛ ବୋଲି କହିଛନ୍ତି ବିଜେଡି ନେତା ଦେବାଶିଷ ମାରାଣ୍ଡି ।
ଶ୍ରୀ ମାରାଣ୍ଡି ଆଜି ଏକ ବିବୃତ୍ତି ଜରିଆରେ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଯଦି ଉକ୍ତ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରି ଆହତ କରିନଥିଲେ ତେବେ ସେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସେ କରିଥିବା କାର୍ଯ୍ୟ ପାଇଁ ଜାମିନ କାହିଁକି ପାଇଛନ୍ତି?
କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଆହୁରି ମଧ୍ୟ କହିଛନ୍ତି ଯେ ଉକ୍ତ ସରକାରୀ କର୍ମଚାରୀ ନିଜ ହାତକୁ ନିଜେ ଭାଙ୍ଗିଛନ୍ତି ଯାହା ରାଜନୈତିକ ଏବଂ ନୈତିକତା ଦୃଷ୍ଟିରୁ ଅତ୍ୟନ୍ତ ନିମ୍ନ ସ୍ତରର କଥା ବୋଲି ଶ୍ରୀ ମାରାଣ୍ଡି କହିଛନ୍ତି ।

Leave A Reply

Your email address will not be published.