ବଡ଼ଚଣା ନିର୍ବାଚନ ମଣ୍ଡଳୀ ଭୋଟ ପ୍ରଚାର ଜୋରଦାର

0

ଯାଜପୁର ବଡ଼ଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ସାରା ଜିଲ୍ଲାରେ ଏବେ ନିର୍ବାଚନ ତାତି | ପ୍ରାର୍ଥୀ ମାଳ ମାଳକୁ ପୋଷ୍ଟର ବ୍ୟାନର୍ ମଧ୍ୟ ମାଳ ମାଳ | ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଚାଲିଛି ଜୋରଦାର ନିର୍ବାଚନ ପ୍ରଚାର | ପାଞ୍ଚ ଟି ଜିଲ୍ଲା ପରିଷଦ ଓ ଅଣଚାଳିଶି ସରପଞ୍ଚ ସମିତିସଭ୍ୟଙ୍କ ଭାଗ୍ୟ ନିର୍ଧାରଣ କରିବେ ସାଧାରଣ ଜନତା ବଡ଼ଚଣା ବ୍ଲକର ଷୋଳ ନମ୍ବର ଜୋନ ରେ ମଧ୍ୟ ଚାଲିଛି ନିର୍ବାଚନ ପ୍ରଚାର | ଏହି ଜୋନ ରେ କେତେକ ପଂଚାୟତରେ ଶାସକ ଦଳର ସ୍ଥିତି ଦୁର୍ବଳ ଥିବା ସାଧାରଣରେ ଆଲୋଚନା ହେଉଛି | ସିହା ପଂଚାୟତ ରେ ପ୍ରାର୍ଥୀ ହୋଇଛନ୍ତି ମୀରା ସାହୁ | ସେ ରାଜାନୀତି ମୈଦାନ ରେ ନବଗତା ହେଲେ ମଧ୍ୟ ତାଙ୍କ ପ୍ରତି ପଂଚାୟତ ରେ ଭୋଟର ମାନଙ୍କର ପ୍ରଚୁର ସମର୍ଥନ ଥିବା ଦେଖିବାକୁ ମିଳୁଛି | ସେ ଜଣେ ଧର୍ମ ପରାୟଣ ଓ ଆମାୟିକ ମହିଳା ଭାବେ ପରିଚିତ | ଅତୀତରେ ଦୀର୍ଘ ବର୍ଷର ଶାସନରେ ଏହି ପଂଚାୟତ ସେମିତି କିଛି ଉନ୍ନତି ହୋଇ ନଥିବା ସହ ବହୁ କେଳାଙ୍କାରି ରେ ଶାସକ ଦଳ ପ୍ରାର୍ଥୀଙ୍କ ପୁଅ ଲିପ୍ତ ଥିବାବେଳେ ଏବେ ବୋହୁ ଉପରେ ଭରସା କରିବାକୁ ଜନତା ପ୍ରସ୍ତୁତ ନୁହନ୍ତି ବୋଲି ସାଧାରଣ ରେ ଆଲୋଚନା ହେଉଛି | ସେହିପରି ଭୂଷଣ୍ଡପୁର ଗ୍ରାମ ପଂଚାୟତରେ ନିର୍ବାଚନ ମୈଦାନରେ ଅଛନ୍ତି ସମାଜ ସେବି ଭାରତ ଭୂଷଣ ପଣ୍ଡା |ତାଙ୍କୁ ପଂଚାୟତରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଓହ୍ଲାଇଛନ୍ତି ତାଙ୍କର ବହୁ ସମର୍ଥକ |ସାରା ବ୍ଲକରେ ମଧ୍ୟ ତାଙ୍କର ବହୁ ସୁନାମ ରହିଛି ଏବଂ ପଂଚାୟତରେ ଜଣେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ବୋଲି ସାଧାରଣରେ ଆଲୋଚନା ହେଉଛି | ସେ ଛାତ୍ର ଜୀବନରୁ ବିଭିନ୍ନ ସାଙ୍ଗଠନିକ କାମରେ ନିଜର ପରିଚୟ ତିଆରି କରିଥିବାରୁ ତାଙ୍କ ପଂଚାୟତରେ ଭୋଟରମାନଙ୍କର ବହୁ ଆସ୍ଥା ଅଛି ବୋଲି ସାଧାରଣ ରେ ଆଲୋଚନା ହେଉଛି |

 

Leave A Reply

Your email address will not be published.