ଇଟାମାଟି ପୋଲିସକୁ ବଡ ସଫଳତା

0

ନୟାଗଡ଼(ବିଶ୍ୱଜିତ ନାୟକ)- ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ଥାନା ପୋଲିସକୁ ମିଳିଛି ଏକ ବଡ ସଫଳତା । କଟକରୁ ନୟାଗଡ଼ ଅଭିମୁଖେ ଆସୁଥିବା ଏକ ଗାଡିକୁ ଇଟାମାଟି ପୋଲିସ କୌଣସି ଏକ ସୂତ୍ରରୁ ଖବର ପାଇ ସେହି ଗାଡି ଉପରେ ଚଢ଼ଉ କରିଥିବା ବେଳେ ସେହି ଗାଡିରୁ ୨୨୪୦ଟି କଫ ସିରଫ ବୋତଲ ଜବତ କରିଥିଲା । ଏହି ଗାଡ଼ିରେ ଥିବା ଡ୍ରାଇଭର ଶତ୍ରୁଘ୍ନ ସାହୁ ଏବଂ ଅନ୍ୟ ଜଣେ ସହଯୋଗୀ ମନୋଜ କୁମାର ସିଂ ପୋଲିସକୁ ଏତେ ପରିମାଣରେ କଫ ସିରଫ କେଉଁ ଆଡେ ଯାଉଥିଲା ତାହାର ସଠିକ ତଥ୍ୟ ଦେଇପାରିନଥିବା ବେଳେ ପୋଲିସ ଏହି ଦୁଇ ଜଣକୁ ଗିରଫ କରିଥିଲା । ଇଟାମାଟି ପୋଲିସ ପକ୍ଷରୁ କେସ ନଂ -୨୨/2022 ଏକ ମାମଲା ରୁଜୁ କରି ଆସାମୀ ଦୁଇଜଣଙ୍କୁ କୋର୍ଟ ଫରୱାଡ଼ କରିଛି ।

Leave A Reply

Your email address will not be published.