ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ସଦର ମହକୁମାର ଅନତିଦୂରରେ କନ୍ତାର ଗ୍ରାମରେ ନିୟମିତ ୨୭ ବର୍ଷ ଧରି ପ୍ରକାଶ ପାଇ ଆସୁଥିବା ନବକାକଳି ସାହିତ୍ୟ ପତ୍ରିକାର ସୁନକ୍ଷତ୍ର ଉତ୍ସବ,ରାଜ୍ୟ ସ୍ତରୀୟ କବି ସମ୍ମିଳନୀ,ସାରସ୍ଵତ ସଭା , ମାନପତ୍ର ସମ୍ବଦ୍ଧନା ସହିତ ପୁସ୍ତକ ଓ ପତ୍ରପତ୍ରିକାର ଲୋକାର୍ପଣ ପର୍ବ କେଳି କାଞ୍ଚନ-ରତ୍ନାକର ପାଠାଗାର ଆନୁକୂଲ୍ୟରେ ବଣମଲ୍ଲୀ ସାହିତ୍ୟ ସଂସଦ ସୌଜନ୍ୟରୁ କନ୍ତାରେଶ୍ଵର ମହାଦେବଙ୍କ ପ୍ରାଙ୍ଗଣରେ ଅଦ୍ୟ ଦିବସ ବ୍ୟାପୀ ଅନୁଷ୍ଠିତ ହୋଇ ଯାଇଛି । ପଣ୍ଡିତ ନରେନ୍ଦ୍ର ନାଥ ତ୍ରିପାଠୀଙ୍କ ବେଦାନି ପରେ ସ୍ଵାଗତ ଅଭିଭାଷଣ ଅତିଥି ପରିଚୟ ଓ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ ନବକାକଳିର ସମ୍ପାଦକ କବି ସାହିତ୍ୟରଡ଼ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ । କବିତାପାଠ ଆସର ଆଦିକବି ଶୂଦ୍ରମୁନି ମଞ୍ଚକୁ ମୁଖ୍ୟ ଅତିଥି ଶ୍ରୀ ଦେଳେନ୍ଦ୍ର ନାଥ ନାୟକ ଉଦ୍ଘାଟନ କରି ଯୁବପୀଢ଼ି କେବଳ କଲମ୍ ଚଳାଇଲେ ହେବନି ବରଂ ନଳକାକଳିର ସମ୍ପାଦକ ଡ. ତ୍ରିପାଠୀଙ୍କ ପରି ଶୁଦ୍ଧ ଲେଖିବା କବିତା ବୋଲି କହିଥିଲେ । ସଭାରେ ପୌରୋହିତ୍ୟ କରି ଶ୍ରୀ ମହେନ୍ଦ୍ର କୁମାର ଆଚାର୍ଯ୍ୟ କହିଲେ ଯେ ଓଡ଼ିଆ ସାହିତ୍ୟର ସମ୍ମାନ ରକ୍ଷା ଆମର ଧେୟ ହେଉ । ଅନ୍ୟତମ ଅତିଥି ଶ୍ରୀ ରମାକାନ୍ତ ନାୟକ ସାହିତ୍ୟର ବିଭିନ୍ନ ଦିଗକୁ ସ୍ପର୍ଶ କରି ବକ୍ତବ୍ୟ ଦେଲାବେଳେ ମୁଖ୍ୟବକ୍ତା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ ପିନାକୀ ମିଶ୍ର ଉତ୍ତମ ମାନର ସାହିତ୍ୟ ସୃଷ୍ଟି ଉପରେ ଗୁରୁତ୍ବାରୋପ କରିଥିଲେ । ପରେ ପରେ କଳ୍ପନା ବିଶ୍ବାଳ ଓ ମାତୃପ୍ରସାଦ ଶତ୍ରୁଜିତଙ୍କ ମିଳିତ ସଂଯୋଜନାରେ ୬୦ ଜଣ କବି ସ୍ୱରଚିତ କବିତା ଆବୃତି କରିଥିଲେ ଓ ପଠିତ କବିତାରେ ପ୍ରଥମ ସ୍ଥାନରେ ପରୀକ୍ଷୀତ ମହାନ୍ତି, ଦ୍ଵିତୀୟ ସ୍ଥାନରେ ଗୀତାଞ୍ଜଳି ଦାସ ଓ ତୃତୀୟ ସ୍ଥାନ ବିଜେତା ପୁରୁଷୋତ୍ତମ ଦାସଙ୍କୁ ଶ୍ରୀମତୀ କାନ୍ତ ବାନାର୍ଜୀଙ୍କ ସ୍ମୃତି ସମ୍ମାନ ସ୍ଵରୂପ ନଗଦ ଅର୍ଥ,ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ଅତିଥିମାନେ ସମ୍ବନ୍ଧିତ କଲାପରେ ଦ୍ଵିତୀୟ ଅଧିବେଶନ ସାହିତ୍ୟ ସଭା ଜାତୀୟ କବି ବୀରକିଶୋର ମଞ୍ଚକୁ ଡ. ସୁରେନ୍ଦ୍ର ନାଥ ତ୍ରିପାଠୀ ପୌରୋହିତ୍ୟ କରିଥିଲେ । ଅତିଥି ପରିଚୟ ଦେଇଥିଲେ ଆଷାଢ଼ ସାହିତ୍ୟ ପତ୍ରିକାର ସମ୍ପାଦକ ପୀତାମ୍ବର ମହାପାତ୍ର । ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ଜଗତସିଂହପୁର ସଦସ୍ୟ ଡକ୍ଟର ଅଭୟ କୁମାର ବାରିକ ସାହିତ୍ୟରେ ଗୋଡ଼ଟଣା ନ ହେଉ ଓ ଗ୍ରାମାଞ୍ଚଳରେ ନବକାକଳି ପରି ସାହିତ୍ୟାନୁଷ୍ଠାନମାନ ଅଧିକ ଭାବରେ ଗଢ଼ିଉଠୁ ବୋଲି ମନବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଡକ୍ଟର ତୋଫାନି ଜେନା ସାହିତ୍ୟରେ ସର୍ବଜନବୋଧତା ରହୁ ବୋଲି କହିବା ବେଳେ ଅନ୍ୟତମ ଅତିଥ କୋରାପୁଟରୁ ଆସିଥିବା ଶିକ୍ଷାବିତ ସନ୍ଧ୍ୟା ରାଓ ନବକାକଳି ସହ ୨୭ବର୍ଷର ସମ୍ପର୍କ ସମ୍ପାଦକ ଓ ତାଙ୍କ ପରିବାରର ସାହିତ୍ୟ ପ୍ରତି ସମର୍ପିତ ସେବାରୁ ସମସ୍ତେ ଶିକ୍ଷା କରିବା ଉଚିତ ବୋଲି କହିଥିଲେ ବିଭିନ୍ନ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ପଣ୍ଡିତ ନାଗୁ ଚରଣ ଦେବତା, ଶ୍ରୀମତୀ ଅନିତା ପାଣି,ଶ୍ରୀ ଉମାକାନ୍ତ ରଥ, ଶ୍ରୀ ଅକ୍ଷୟ କୁମାର ବ୍ରହ୍ମା, ବାବାଜୀ ଚରଣ ଜେନା,ସିତାଂଶୁ ଜେନା, ଡାକ୍ତର ଜ୍ୟୋତିରଞ୍ଜନ ମହାପାତ୍ର, ଶ୍ରୀମତୀ ଝରଣା ଦାଶ ତ୍ରିପାଠୀ,ଶ୍ରୀ ନାରାୟଣ ଦାସ, ଅଭିନେତ୍ରୀ ଧାରା ଶ୍ରାବଣୀ ମହାପାତ୍ର, ଉତ୍କଳ ରଞ୍ଜନ ମହାନ୍ତି, ଶ୍ରୀମାନ ଲକ୍ଷ୍ମୀଛଡ଼ା, ସାମ୍ବାଦିକ ମହେଶ୍ଵର ତ୍ରିପାଠୀ, ସାମ୍ବାଦିକ ସୁମନ୍ତ କୁମାର ଦାସ, ସୁରଥ କୁମାର ରାଉତ,ମନୀଷା ରାୟ, ଓ ପ୍ରଭାତମଞ୍ଜରୀ ଭୋଳ ସମେତ ୨୭ଜଣଙ୍କୁ ନବକାକଳିର ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇ ସୁଦୃଶ୍ୟ ମାନପତ୍ର, ଅଙ୍ଗବସ୍ତ୍ର ସହିତ ପୁସ୍ତକାଦି ପ୍ରଦାନ କରା ଯାଇଥିଲା ଏଥିରେ ନବକାକଳିର ମକର ବିଶେଷଙ୍କ, କୃଷ୍ଣ ଚନ୍ଦ୍ର ନନ୍ଦଙ୍କ ଜ୍ଞାନ ସରଣୀ,ଫକୀର ଚରଣ ମାର୍ଥାଙ୍କ ଗୀତିନାଟ୍ୟ ବାଣା ପରାଳୟ ଓ ସୀତା ବନବାସ ପୁସ୍ତକ ଲୋକାର୍ପିତ ହୋଇଥିଲା ଶେଷରେ ନବକାକଳିର ସହ-ସମ୍ପାଦିକା କବୟିତ୍ରୀ ମନୋରମା ଦାଶ ଧନ୍ୟବାଦାର୍ପଣ କଲାପରେ ସଭାସାଙ୍ଗ ହୋଇଥିଲା । ଆରତି ତ୍ରିପାଠୀ,ଅଭୀପ୍ସା ତ୍ରିପାଠୀ, କ୍ଷେତ୍ରବାସୀ ପତି, ସୌମ୍ୟରଞ୍ଜନ ତ୍ରିପାଠୀ,ଇଂବର୍ଷା ତ୍ରିପାଠୀ ଓ ଇଂ ହୃଷୀକେଶ ଷଡ଼ଙ୍ଗୀ ବିଶେଷ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post