ବେଲଗୁଣ୍ଠା,୨୪/୧୦,-(ଶିବରାମ ଚୌଧୁରୀ )-ଆସନ୍ତା ମାଆ ଶ୍ୟାମାକାଳୀ ପୂଜା ଉପଲକ୍ଷେ ବେଲଗୁଣ୍ଠା ବ୍ଲକ୍ର ଗୋବରା ମୁଖ୍ୟ ସଡ଼କସ୍ଥିତ ଶ୍ରୀ କପିଳେଶ୍ୱର ମନ୍ଦିର ନିକଟରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଶ୍ରୀ ଶ୍ରୀ କପିଳେଶ୍ୱର ଯୁବକ ସଂଘର ନେତୃତ୍ୱରେ ଆୟୋଜିତ ଏହି ଧାର୍ମିକ କାର୍ଯ୍ୟକ୍ରମରେ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।ମୁଖ୍ୟ ପୂଜକ ଭବାନୀ ଶଙ୍କର ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ପୂଜକ ଅକ୍ଷୟ ତ୍ରିପାଠୀ ପାରମ୍ପରିକ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରି ଶୁଭଖୁଣ୍ଟି ସ୍ଥାପନ କରିଥିଲେ। ଏହାପରେ ଢୋଲ, ଗିନି ଓ ମୃଦଙ୍ଗ ଆଦି ପାରମ୍ପରିକ ବାଦ୍ୟର ତାଳେ ତାଳେ ନଗର ପରିକ୍ରମା କରାଯାଇଥିଲା। ଗୋବରା ମୁଖ୍ୟ ସଡ଼କ ପରିକ୍ରମା ସମୟରେ ହରିବୋଲ ଓ ହୁଳହୁଳି ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା।ମାଆଙ୍କ ଆଗମନକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଓ ଭକ୍ତିଭାବ ପରିଲକ୍ଷିତ ହୋଇଥିଲା। ଏହି ଅବସରରେ ଗୋବରା ବିଘ୍ନ ବିନାୟକ ପୂଜା କମିଟି ଓ ଗଜଲକ୍ଷ୍ମୀ ପୂଜା କମିଟିର ସଦସ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ। ଶୁଭଖୁଣ୍ଟି ସ୍ଥାପନ ସହ ଅଞ୍ଚଳରେ ମାଆ ଶ୍ୟାମାକାଳୀଙ୍କ ପୂଜା ପ୍ରସ୍ତୁତି ଆରମ୍ଭ ହୋଇଛି।
Sign in
Sign in
Recover your password.
A password will be e-mailed to you.