ଭଞ୍ଜନଗର/ନିଲୁ ବିଷୋୟୀ : ସରସ୍ୱତୀ ପୂଜା ସାରି ଟ୍ୟୁସନରୁ ଘରକୁ ଫେରୁଥିବା ଏକ ଅଜଣା ବାଇକ ଚାଳକର ଧକ୍କାରେ ୬ଷ୍ଠ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଇଛି। ଛାତ୍ରକୁ ପଛରୁ ପିଟିଦେବା ଫଳରେ ଚାଲି ଚାଲି ଆସୁଥିବା ଛାତ୍ର ଜଣକ ଛିଟିକି ହୋଇ ପଡିଯାଇଥିଲା। ଅଜଣା ଗାଡିଟି ଦ୍ରୁତ ଗତିରେ ବେଲଗୁଣ୍ଠା ଅଭିମୁଖେ ଚାଲିଯାଇଥିଲା । ସେଠାରେ ଥିବା ଲୋକମାନେ ପହଞ୍ଚି ପିଲାଟି ବାଙ୍କତରା ଗ୍ରାମର ଶିବରାମ ଡାକୁଆଙ୍କ ସାନ ପୁଅ ଦ୍ବିତୀକୃଷ୍ଣ ଡାକୁଆ ବୋଲି ଜାଣି ଘର ଲୋକଙ୍କୁ ଖବର ଦେଇଥିଲେ। ତାକୁ ପରିବାର ଲୋକେ ଚିକିସ୍ଥା ପାଇଁ ବାଇକ ଯୋଗେ ତୁରନ୍ତ ବେଲଗୁଣ୍ଠା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ପିଲାଟିର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ସେଠାରୁ ଭଞ୍ଜନଗର ସ୍ଥାନାନ୍ତର କରିଥିଲେ । ଆମ୍ବୁଲାନ୍ସ ଭଞ୍ଜନଗରରେ ପହଞ୍ଚିବା ପରେ ଡାକ୍ତର ପିଲାଟିକୁ ଦେଖି ମୃତ୍ୟୁ ଘୋଷଣା କରିଥିଲେ। ପୁଅର ମୃତ୍ୟୁ ପରେ ସେଠାରେ ପରିବାର ଲୋକ ପିଲାକୁ ହରାଇ ବୁକୁଫଟା ଚିତ୍କାର କରିଥିଲେ ।
ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଦ୍ବିତୀକୃଷ୍ଣ ଆଜି ସରସ୍ୱତୀ ପୂଜା କରିବା ପାଇଁ ନିକଟସ୍ଥ କୁଡୁତାଇ ଗ୍ରାମରେ ଚାଲିଥିବା ଏକ ଘରୋଇ ଟ୍ୟୁସନକୁ ଯାଇ ଫେରୁଥିବା ବେଳେ ଏ ଭଳି ଅଘଟଣ ଘଟିଯାଇଛି । ଏହାକୁ ନେଇ ଅଞ୍ଚଳରେ ଦୁଃଖର ଲହରୀ ଖେଳିଯାଇଛି । ଖବର ପାଇ ତାରସିଂଗ ପୁଲିସ ପଂହଁଚି ଶବ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ବର୍ଗ କୁ ହସ୍ତାନ୍ତର କରିଛି। ଏ ନେଇ କେସ ନଂ ୪୪/୨୨ ରେ ଏକ ମାମଲା ରୁଜୁ ସହ ଧକ୍କା ଦେଇଥିବା ଗାଡିର ଅନୁସନ୍ଧାନ ଚାଲିଥିବା ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ କହିଛନ୍ତି
Sign in
Sign in
Recover your password.
A password will be e-mailed to you.
Next Post